ବିଜେପିରେ ଯୋଗ ଦେଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି

ନୂଆଦିଲ୍ଲୀ: ଅବିଭାଜିତ ଆନ୍ଧ୍ରପ୍ର‌ଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଆଜି ବିଜେପିରେ ‌ଯୋଗ ଦେଇଛନ୍ତି। କଂଗ୍ରେସ ଦଳରୁ ଇସ୍ତଫା ଦେବାର କିଛି ସପ୍ତାହ ପ‌ରେ ସେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳକୁ ସ୍ବାଗତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଦଳ‌ରେ ସାମିଲ କରିଛନ୍ତି। କିରଣ କୁମାର ରେଡ୍ଡି ୨୦୧୪ରେ ମଧ୍ୟ କଂଗ୍ରେସ ଦଳ ଛାଡ଼ି ନିଜର ଏକ ଦଳ ଗଢ଼ିଥିଲେ […]

Samaya Live Picture
Published On

ନୂଆଦିଲ୍ଲୀ: ଅବିଭାଜିତ ଆନ୍ଧ୍ରପ୍ର‌ଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଆଜି ବିଜେପିରେ ‌ଯୋଗ ଦେଇଛନ୍ତି। କଂଗ୍ରେସ ଦଳରୁ ଇସ୍ତଫା ଦେବାର କିଛି ସପ୍ତାହ ପ‌ରେ ସେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳକୁ ସ୍ବାଗତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଦଳ‌ରେ ସାମିଲ କରିଛନ୍ତି। କିରଣ କୁମାର ରେଡ୍ଡି ୨୦୧୪ରେ ମଧ୍ୟ କଂଗ୍ରେସ ଦଳ ଛାଡ଼ି ନିଜର ଏକ ଦଳ ଗଢ଼ିଥିଲେ । ୨୦୧୪ରେ ସେ ଏକାକୀ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ପରାଜୟ ସ୍ବୀକାର କରିବାପରେ ସେ ଅନେକ ଦିନ ପର୍ଯ୍ୟନ୍ତ ରାଜନୀତିଠାରୁ ଦୂରେଇ ରହିଥିଲେ। ୨୦୧୮ରେ ସେ ପୁଣିଥ‌ରେ କଂଗ୍ରେସରେ ଯୋଗ ଦେଇଥିଲେ। ନିକଟରେ ସେ କଂ‌ଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଗୋଟିଏ ଧାଡ଼ିର ଇସ୍ତଫା ପତ୍ର ପଠାଇଥିଲେ।

Tags: