ବିଜେପିରେ ଯୋଗ ଦେଇ ପାରନ୍ତି ଅଜିତ ପାୱାର !

ନୂଆଦିଲ୍ଲୀ, ୧୮/୯ : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ଏକ ସୂଚନାନୁଯାୟୀ ମହାରାଷ୍ଟ୍ରରେ ୫୩ ବିରୋଧୀ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୪ ବିଧାୟକ ଅଜିତ ପାୱାର ବିଜେପିରେ ଯୋଗ ଦେବା ସଂକ୍ରାନ୍ତ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ ପଟେଲ, ସୁନୀଲ ତତକରେ, ଛଗନ ଭୂଜବଳ , ଧନଞ୍ଜୟ ମୁଣ୍ଡେଙ୍କ ସମେତ ଆହୁରି ଅନେକ ପ୍ରମୁଖ ନେତା ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ, ୧୮/୯ : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ଏକ ସୂଚନାନୁଯାୟୀ ମହାରାଷ୍ଟ୍ରରେ ୫୩ ବିରୋଧୀ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୪ ବିଧାୟକ ଅଜିତ ପାୱାର ବିଜେପିରେ ଯୋଗ ଦେବା ସଂକ୍ରାନ୍ତ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ ପଟେଲ, ସୁନୀଲ ତତକରେ, ଛଗନ ଭୂଜବଳ , ଧନଞ୍ଜୟ ମୁଣ୍ଡେଙ୍କ ସମେତ ଆହୁରି ଅନେକ ପ୍ରମୁଖ ନେତା ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। କିନ୍ତୁ ରାଜ୍ୟ ଏନସିପି ସଭାପତି ଜୟନ୍ତ ପାଟିଲ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଧ ଅଜିତଙ୍କ ଏହି ନିଷ୍ପତ୍ତିକୁ ଆଦୌ ସମର୍ଥନ କରିନାହାନ୍ତି। ଅଜିତଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟି ତାଙ୍କ ସହ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ଜଣାପଡ଼ିଛି। କିନ୍ତୁ ଶରଦ ପାୱାରଙ୍କ ବିନା ଅନୁମତିରେ ଅଜିତ ପାୱାର ବିଜେପିରେ ଯୋଗ ଦେବେନି।

Tags: