ବିଜେପିରେ ମିଶିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳ ଛାଡ଼ିବାର ଦିନକ ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚୌହ୍ୱାନ କହିଛନ୍ତି, ମୁଁ ଯେତେବେଳେ କଂଗ୍ରେସ ସହିତ ଥିଲି ସେତେବେଳେ ମୁଁ ସେମାନଙ୍କ ପ୍ରତି ନିଷ୍ଠାପର ଥିଲି। କିନ୍ତୁ ଏବେ ମୁଁ ଏହା ନିଶ୍ଚିତ କରାଉଛି ଯେ ଲୋକସଭା ହେଉ କି ବିଧାନସଭା ନିର୍ବାଚନ, ବିଜେପି ମୋ ଅଞ୍ଚଳରେ ବିଜୟୀ ହେବ। ଚୌହାନ କହିଛନ୍ତି, ସେ […]
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳ ଛାଡ଼ିବାର ଦିନକ ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚୌହ୍ୱାନ କହିଛନ୍ତି, ମୁଁ ଯେତେବେଳେ କଂଗ୍ରେସ ସହିତ ଥିଲି ସେତେବେଳେ ମୁଁ ସେମାନଙ୍କ ପ୍ରତି ନିଷ୍ଠାପର ଥିଲି। କିନ୍ତୁ ଏବେ ମୁଁ ଏହା ନିଶ୍ଚିତ କରାଉଛି ଯେ ଲୋକସଭା ହେଉ କି ବିଧାନସଭା ନିର୍ବାଚନ, ବିଜେପି ମୋ ଅଞ୍ଚଳରେ ବିଜୟୀ ହେବ। ଚୌହାନ କହିଛନ୍ତି, ସେ ଯେଉଁ ଦଳରେ ଏତେ ବର୍ଷ ଧରି ରହିଥିଲେ, ସେ ଦଳର କାହା ବିରୋଧରେ ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ବିଷୟରେ ଚୌହ୍ୱାନ କହିଛନ୍ତି, ସେ ସର୍ବଦା ମୋ ଅଞ୍ଚଳ ଓ ନିର୍ବାଚନମଣ୍ଡଳୀର ବିକାଶ ପାଇଁ କାମ କରିଛନ୍ତି। ବିଜେପିରେ ଯୋଗଦେବା ନେଇ ପଚରାଯିବାରୁ ଚୌହାନ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। କେହି ମୋତେ ବିଜେପିରେ ଯୋଗ ଦେବାକୁ କହିନାହାନ୍ତି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ମୋର ପୂର୍ବତନ ସହକର୍ମୀଙ୍କ ସହ ଥିଲି। କିନ୍ତୁ ପରିସ୍ଥିତି ଏପରି ହୋଇଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସାମଗ୍ରିକ ଅଭିବୃଦ୍ଧି ପାଇଁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡ଼ିଲା ।




