ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ମୃତ୍ୟୁ

ପଟିଆଲା: ରବିବାର ଦିନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ସ୍ବାମୀନାଥନ କମିସନ ଆଧାରରେ ଏମ୍ଏସ୍ପି ଲାଗୁ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ଯୁବ ଚାଷୀଙ୍କର ଗତକାଲି ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଚାଷୀଙ୍କ ନାମ ନରିନ୍ଦର ପାଲ୍ ଓ ତାଙ୍କ ଘର ବାଥୋଇ କାଲାନ। ବୟସ ୪୫। ବିକ୍ଷୋଭ ବେଳେ ନରିନ୍ଦର ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ରାଜିନ୍ଦର ହସ୍ପିଟାଲକୁ […]

Samaya Live Picture
Published On

ପଟିଆଲା: ରବିବାର ଦିନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ସ୍ବାମୀନାଥନ କମିସନ ଆଧାରରେ ଏମ୍ଏସ୍ପି ଲାଗୁ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ଯୁବ ଚାଷୀଙ୍କର ଗତକାଲି ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଚାଷୀଙ୍କ ନାମ ନରିନ୍ଦର ପାଲ୍ ଓ ତାଙ୍କ ଘର ବାଥୋଇ କାଲାନ। ବୟସ ୪୫। ବିକ୍ଷୋଭ ବେଳେ ନରିନ୍ଦର ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ରାଜିନ୍ଦର ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆନ୍ଦୋଳନରତ ଚାଷୀ ସଂଗଠନର ପଟିୟାଲା ଜିଲ୍ଲା ସଭାପତି ଯଶୱିନ୍ଦର ସିଂହ ବାରାସ କହିଛନ୍ତି ଯେ ନରିନ୍ଦରଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଚାଷ ପାଇଁ ସେ ୧୦ ଲକ୍ଷ ଟଙ୍କା ଧାରକରଜ କରିଥିଲେ। ଅନ୍ୟ ଜଣେ ଚାଷୀ ନେତା ଦଲବାରା ସିଂହ ଚାଜଲା କହିଛନ୍ତି ଯେ ଯେତେବେଳ ଯାଏଁ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେନାହିଁ ଓ ସମସ୍ତ ଋଣ ଛାଡ଼ କରାନଯାଇଛି ସେପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ସଂଘ ମନା କରିଛି।

Tags: