ବିକ୍ରମ, ପ୍ରଜ୍ଞା ପାଇଁ ଚନ୍ଦ୍ର‌ରେ ନିଦରୁୁ ଉଠିବାର ସମୟ ଆସିଛି

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ପାଇଁ ଚନ୍ଦ୍ରରେ ରାତି ପାହିବାକୁ ଯାଉଛି। ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସକାଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩ ମିସନର ବିକ୍ରମ ଓ ପ୍ରଜ୍ଞାକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ଲ୍ୟାଣ୍ଡର-ରୋଭର ଯୋଡ଼ିକୁ ୧୨ଟି ପୃଥିବୀ ଦିନ (ଚନ୍ଦ୍ରରେ ଗୋଟିଏ ରାତି ସାଧାରଣତଃ ପୃଥିବୀରେ ୧୪ ଅହୋରାତ୍ର ସହ ସମାନ) ପର୍ଯ୍ୟନ୍ତ ଏକ ପ୍ରଭାବଶାଳୀ ଅଭିଯାନ ପରେ ଚଳିତ […]

Samaya Live Picture
Published On

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ପାଇଁ ଚନ୍ଦ୍ରରେ ରାତି ପାହିବାକୁ ଯାଉଛି। ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସକାଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନ-୩ ମିସନର ବିକ୍ରମ ଓ ପ୍ରଜ୍ଞାକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ଲ୍ୟାଣ୍ଡର-ରୋଭର ଯୋଡ଼ିକୁ ୧୨ଟି ପୃଥିବୀ ଦିନ (ଚନ୍ଦ୍ରରେ ଗୋଟିଏ ରାତି ସାଧାରଣତଃ ପୃଥିବୀରେ ୧୪ ଅହୋରାତ୍ର ସହ ସମାନ) ପର୍ଯ୍ୟନ୍ତ ଏକ ପ୍ରଭାବଶାଳୀ ଅଭିଯାନ ପରେ ଚଳିତ ମାସ ପ୍ରାରମ୍ଭରେ ରଣନୈତିକ ଭାବରେ ଶୁଆଇ ଦିଆଯାଇଥିଲା। ଯଦି ଇସ୍ରୋ ବିକ୍ରମ ଓ ପ୍ରଜ୍ଞାକୁ ନିଦରୁ ଜାଗ୍ରତ କରିବାରେ ସକ୍ଷମ ହୁଏ, ତେବେ ଏହା ଏକ ଉଲ୍ଲେଖନୀୟ ସଫଳତା ହେବ ଏବଂ ଚନ୍ଦ୍ରପୃଷ୍ଠରେ ପରୀକ୍ଷଣ ପାଇଁ ମହାକାଶ ଏଜେନ୍ସିକୁ ଅଧିକ ସୁଯୋଗ ପ୍ରଦାନ କରିବ। ବିକ୍ରମ ଓ ପ୍ରଜ୍ଞା ୧୪ଟି ପୃଥିବୀ ଦିନ ଯାଏ ଚନ୍ଦ୍ରରେ କାମ କରିବେ ବୋଲି ପ୍ରାରମ୍ଭିକ ଭାବେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସୂର୍ଯ୍ୟଙ୍କ ସ୍ଥିତିକୁ ଦେଖି ଦୁଇଦିନ ପୂର୍ବରୁ ସେମାନଙ୍କୁ ବିଶ୍ରାମ ଦିଆଯାଇଥିଲା। ଅଗଷ୍ଟ ୨୩ରେ ବିକ୍ରମ ଅବତରଣ କରିବା ସମୟରେ ସୂର୍ଯ୍ୟ ଶିବଶକ୍ତି ଅବତରଣ ସ୍ଥଳରେ ଉଦୟ ହୋଇସାରିଥିଲା, ଯାହା କି ୮.୭୫ ଡିଗ୍ରି ଆନତି ସହିତ ଅନୁକୂଳ ପରିସ୍ଥିତି ପ୍ରଦାନ କରିଥିଲା। ବିକ୍ରମ ଓ ପ୍ରଜ୍ଞାର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସୂର୍ଯ୍ୟଙ୍କ ସହ ଆନତିକୁ ୬ରୁ ୯ ଡିଗ୍ରି ମଧ୍ୟରେ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ମାର୍ଜିନ୍‌କୁ ସୁନିଶ୍ଚିତ କରିବା ପାଇଁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର-ରୋଭର ଯୋଡ଼ିର ସ୍ଲିପ୍ ମୋଡ୍ ଟିକେ ପୂର୍ବରୁ ଆରମ୍ଭ କରାଯାଇଥିଲା।
ଚନ୍ଦ୍ରରେ ବାୟୁମଣ୍ଡଳର ଅଭାବ ଥିବାରୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ରାତିରେ ମାଇନସ୍ ୧୮୦ ଡିଗ୍ରି ସେଲସିୟସରେ ପହଞ୍ଚିପାରେ। ଚନ୍ଦ୍ରରେ ସ୍ଥାୟୀ ଭାବରେ ଛାଇ ଥିବା ଅଞ୍ଚଳ (ପିଏସ୍‌ଆର) ଆହୁରି ଥଣ୍ଡା ହୋଇପାରେ, ଯାହା ମାଇନସ୍ ୨୪୦ ଡିଗ୍ରି ସେଲସିୟସକୁ ଖସି ଆସିପାରେ। ଦୀର୍ଘଦିନ ଧରି ଅନ୍ଧାର ରହୁଥିବା ଏଭଳି କଠିନ ଚନ୍ଦ୍ର ରାତ୍ରିରେ ତିଷ୍ଠିବା ରୋଭର ଓ ପ୍ରଜ୍ଞା ପାଇଁ ନିଆରା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Tags: