ବିକଶିତ ଭାରତର ମୂଳଦୁଆ ସୁଦୃଢ଼ ହେବ : ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟ-୨୦୨୪କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି। ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଉକ୍ତ ବଜେଟ୍ ନିର୍ଣ୍ଣାୟକ ହେବ ଏବଂ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବଜେଟ୍ ବିକଶିତ ଭାରତର ୪ଟି ସ୍ତମ୍ଭ ଯୁବଗୋଷ୍ଠୀ, ଗରିବ, ମହିଳା ଏବଂ କୃଷକ ସମସ୍ତଙ୍କୁ ସଶକ୍ତ କରିବ। ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରୁଥିବା ବଜେଟ୍ ଏବଂ ୨୦୪୭ରେ […]

Samaya Live Picture
Published On

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟ-୨୦୨୪କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି। ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଉକ୍ତ ବଜେଟ୍ ନିର୍ଣ୍ଣାୟକ ହେବ ଏବଂ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବଜେଟ୍ ବିକଶିତ ଭାରତର ୪ଟି ସ୍ତମ୍ଭ ଯୁବଗୋଷ୍ଠୀ, ଗରିବ, ମହିଳା ଏବଂ କୃଷକ ସମସ୍ତଙ୍କୁ ସଶକ୍ତ କରିବ। ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରୁଥିବା ବଜେଟ୍ ଏବଂ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟ ସାକାର କରିବା ପାଇଁ ଏହା ଏକ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ବଜେଟ୍ରେ ଯୁବ ଭାରତର ଯୁବ ଆକାଂକ୍ଷା ପ୍ରତିଫଳିତ ହୋଇଛି । ଗବେଷଣା ଏବଂ ନବଉଦ୍ଭାବନ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ପାଣ୍ଠି ଘୋଷଣା କରାଯାଇଛି । ବଜେଟ୍ରେ ଷ୍ଟାର୍ଟଅପ୍କୁ ମିଳିବାକୁ ଥିବା ଟିକସ ଛାଡ଼ ସଂପର୍କରେ ମଧ୍ୟ ବିସ୍ତୃତ ଘୋଷଣା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବଜେଟରେ ଆର୍ଥିକ ନିଅଣ୍ଟିଆ ସ୍ଥିତିକୁ ନିୟନ୍ତ୍ରଣରେ ରଖି ପୁଞ୍ଜି ବ୍ୟୟକୁ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ଟଙ୍କାର ଐତିହାସିକ ଶିଖରରେ ପହଞ୍ଚାଯାଇଛି। ଏହା ଯୁବ ଗୋଷ୍ଠୀଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବଜେଟ୍ ଗରିବ ଏବଂ ମଧ୍ୟମ ବର୍ଗଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କ ଆୟ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

Tags: