ବିଏସ୍ପିି ୟୁସିସିକୁ ବିରୋଧ କରୁନାହିଁ : ମାୟାବତୀ
ନୂଆଦିଲ୍ଲୀ : ବିଏସ୍ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ କହିଛନ୍ତି, ତାଙ୍କ ଦଳ ୟୁସିସି (ସମାନ ନାଗରିକ ସଂହିତା) କାର୍ଯ୍ୟକାରୀ କରିବାକୁ ବିରୋଧ କରୁନାହିଁ। ୟୁସିସି ସମ୍ବିଧାନରେ ମଧ୍ୟ ରହିଛି। କିନ୍ତୁ ସମ୍ବିଧାନ ଏହାକୁ ଲାଗୁ କରିବାପାଇଁ ସମର୍ଥନ ପ୍ରଦାନ କରୁନାହିଁ। ମାୟାବତୀ କହିଛନ୍ତି, ବିଏସ୍ପି ୟୁସିସି କାର୍ଯ୍ୟକାରୀ କରିବାକୁ ବିରୋଧ କରୁନାହିଁ। କିନ୍ତୁ ବିଜେପି ଯେଉଁଭଳି ଭାବେ ଦେଶରେ ୟୁସିସି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି ଦଳ ତାକୁ ବିରୋଧ କରୁଛି। ୟୁସିସି ପ୍ରସଙ୍ଗକୁ […]
ନୂଆଦିଲ୍ଲୀ : ବିଏସ୍ପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ କହିଛନ୍ତି, ତାଙ୍କ ଦଳ ୟୁସିସି (ସମାନ ନାଗରିକ ସଂହିତା) କାର୍ଯ୍ୟକାରୀ କରିବାକୁ ବିରୋଧ କରୁନାହିଁ। ୟୁସିସି ସମ୍ବିଧାନରେ ମଧ୍ୟ ରହିଛି। କିନ୍ତୁ ସମ୍ବିଧାନ ଏହାକୁ ଲାଗୁ କରିବାପାଇଁ ସମର୍ଥନ ପ୍ରଦାନ କରୁନାହିଁ। ମାୟାବତୀ କହିଛନ୍ତି, ବିଏସ୍ପି ୟୁସିସି କାର୍ଯ୍ୟକାରୀ କରିବାକୁ ବିରୋଧ କରୁନାହିଁ। କିନ୍ତୁ ବିଜେପି ଯେଉଁଭଳି ଭାବେ ଦେଶରେ ୟୁସିସି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛି ଦଳ ତାକୁ ବିରୋଧ କରୁଛି। ୟୁସିସି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଏବଂ ଏହାକୁ ଦେଶରେ ବଳପୂର୍ବକ କାର୍ଯ୍ୟକାରୀ କରିବା ଠିକ୍ ନୁହେଁ । ବିଜେପି ୟୁସିସିର ସବୁ ଦିଗକୁ ବିଚାରକୁ ନେବା ଉଚିତ ବୋଲି ମାୟାବତୀ କହିଛନ୍ତି।




