ବିଏସପିରୁ ବିଦା ହେଲେ ଡାନିସ ଅଲି
ନୂଆଦିଲ୍ଲୀ: ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତି ଆଜି ତାଙ୍କ ସାଂସଦ ଡାନିସ ଅଲ୍ଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏନେଇ ବିଏସପି ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବିବୃତିରେ ଏହା କୁହାଯାଇଛି ଯେ ଡାନିସଙ୍କୁ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା ଯେ ସେ ଦଳର ନୀତି, ଆଦର୍ଶ ଏବଂ ଶୃଙ୍ଖଳା ବିରୋଧରେ କୌଣସି ବିବୃତ୍ତି ଦିଅନ୍ତୁ ନାହିଁ, କିନ୍ତୁ ଏହା ସତ୍ତ୍ୱେ ସେ କ୍ରମାଗତ […]
ନୂଆଦିଲ୍ଲୀ: ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତି ଆଜି ତାଙ୍କ ସାଂସଦ ଡାନିସ ଅଲ୍ଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏନେଇ ବିଏସପି ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବିବୃତିରେ ଏହା କୁହାଯାଇଛି ଯେ ଡାନିସଙ୍କୁ ଅନେକ ଥର ମୌଖିକ ଭାବେ କୁହାଯାଇଥିଲା ଯେ ସେ ଦଳର ନୀତି, ଆଦର୍ଶ ଏବଂ ଶୃଙ୍ଖଳା ବିରୋଧରେ କୌଣସି ବିବୃତ୍ତି ଦିଅନ୍ତୁ ନାହିଁ, କିନ୍ତୁ ଏହା ସତ୍ତ୍ୱେ ସେ କ୍ରମାଗତ ଭାବରେ ଦଳ ର ନୀତି ବିରୁଦ୍ଧରେ ଯାଇ ବୟାନ ଦେଇ ଆସୁଥିଲେ । ୨୦୧୮ରେ ଡାନିସ୍ ଅଲ୍ଲୀ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ଜନତା ପାର୍ଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ କର୍ଣ୍ଣାଟକ ସାଧାରଣ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଓ ଜନତା ପାର୍ଟି ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଦେବେଗୌଡ଼ାଙ୍କ ଦଳ ପକ୍ଷରୁ ଡାନିସ୍ ଅଲ୍ଲୀ ବେଶ୍ ସକ୍ରିୟ ଥିଲେ। ସେହି ସମୟରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ଏଚଡି ଦେବେଗୌଡାଙ୍କ ଅନୁରୋଧକ୍ରମେ ଡାନିସ ଅଲ୍ଲିଙ୍କୁ ଅମରୋହାରୁ ବିଏସପି ପ୍ରାର୍ଥୀ କରାଯାଇଥିଲା ।




