ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାରେ ୭ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ : ୨୦୦୫ ମସିହାରେ ପୂର୍ବତନ ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାରେ ଲକ୍ଷ୍ନୌର ସ୍ପେସାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ କୋର୍ଟ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ମଧ୍ୟ ଜଣେ ଅଭିଯୁକ୍ତ। ତେବେ ଅତିକ ଅହମଦ , ଅତିକ ଅହମଦର ଭାଇ ଏବଂ ମୁଖ୍ୟ ଅଭିଯୁକ୍ତ ଖଲିଦ ଆଜିମ ଓରଫ ଆଶରଫ ଏବଂ ଗୁଲ୍ବୁଲ୍ ଓରଫ ରାଫିକଙ୍କ ମୃତ୍ୟୁ ହେବାପରେ ସେମାନଙ୍କ ବିରୋଧରେ ବିଚାରଣ ଶେଷ […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୦୫ ମସିହାରେ ପୂର୍ବତନ ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାରେ ଲକ୍ଷ୍ନୌର ସ୍ପେସାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ କୋର୍ଟ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ମଧ୍ୟ ଜଣେ ଅଭିଯୁକ୍ତ। ତେବେ ଅତିକ ଅହମଦ , ଅତିକ ଅହମଦର ଭାଇ ଏବଂ ମୁଖ୍ୟ ଅଭିଯୁକ୍ତ ଖଲିଦ ଆଜିମ ଓରଫ ଆଶରଫ ଏବଂ ଗୁଲ୍ବୁଲ୍ ଓରଫ ରାଫିକଙ୍କ ମୃତ୍ୟୁ ହେବାପରେ ସେମାନଙ୍କ ବିରୋଧରେ ବିଚାରଣ ଶେଷ ହୋଇଛି। ଉତ୍ତରପ୍ରଦେଶ ଆହ୍ଲାଦବାଦର ବହୁଜନ ସମାଜ ପାର୍ଟି ନେତା ରାଜୁ ପାଲ୍ଙ୍କୁ ୨୦୦୫ ଜାନୁଆରି ୨୫ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ଅତିକ ଅହମଦର ଭାଇ ଅସରଫ ସହ ଶତ୍ରୁତା ଯୋଗୁଁ ରାଜୁ ପାଲକୁ ହତ୍ୟା କରାଯାଇଥିଲା। ୨୦୦୪ରେ ପ୍ରୟାଗରାଜ ପଶ୍ଚିମ ଆସନରେ ହୋଇଥିବା ଉପନିର୍ବାଚନରେ ରାଜୁ ପାଲ୍ ଆସରଫକୁ ହରାଇଥିଲେ। ତେବେ ରାଜୁ ପାଲ୍ ହତ୍ୟା ମାମଲାରେ ସିବିଆଇ ୨୦୧୬ରେ ତଦନ୍ତ ଭାର ହାତକୁ ନେଇଥିଲା।

Tags: