ବାୟୁସେନା ସେବାରୁ ହଟିଲା ମିଗ୍-୨୧
ନୂଆଦିଲ୍ଲୀ: ଚଳିତମାସରେ ରାଜସ୍ଥାନରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ନେଇ ଏବେ ତଦନ୍ତ ଚାଲିଥିବା ବେଳେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମିଗ୍-୨୧ ବିମାନକୁ ଭାରତୀୟ ବାୟୁସନା ସେବାରୁ ହଟାଇ ଦେଇଛି । ଗତ ମେ ୮ ତାରିଖରେ ସୁରତଗଡ଼ ବିମାନଘାଟିରୁ ରୁଟିନ ଟ୍ରେନିଂ ପାଇଁ ଯାଉଥିବା ବେଳେ ଏକ ମିଗ୍-୨୧ ବାୟୁସେନା ବିମାନ ହନୁମାନଗଡ଼ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକଙ୍କ ଘର ଉପରେ ଖସି ପଡ଼ିଥିଲା। ଫଳରେ ତିନିଜଣ ଲୋକଙ୍କର ଜୀବନ […]
ନୂଆଦିଲ୍ଲୀ: ଚଳିତମାସରେ ରାଜସ୍ଥାନରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ନେଇ ଏବେ ତଦନ୍ତ ଚାଲିଥିବା ବେଳେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମିଗ୍-୨୧ ବିମାନକୁ ଭାରତୀୟ ବାୟୁସନା ସେବାରୁ ହଟାଇ ଦେଇଛି । ଗତ ମେ ୮ ତାରିଖରେ ସୁରତଗଡ଼ ବିମାନଘାଟିରୁ ରୁଟିନ ଟ୍ରେନିଂ ପାଇଁ ଯାଉଥିବା ବେଳେ ଏକ ମିଗ୍-୨୧ ବାୟୁସେନା ବିମାନ ହନୁମାନଗଡ଼ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକଙ୍କ ଘର ଉପରେ ଖସି ପଡ଼ିଥିଲା। ଫଳରେ ତିନିଜଣ ଲୋକଙ୍କର ଜୀବନ ଯାଇଥିଲା। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ବିମାନଗୁଡ଼ିକରୁ ସେବାରୁ ହଟାଇ ଦିଆଯାଇଛି ବୋଲି ଜନୈକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି।
ପ୍ରାୟ ୫ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେବ ମିଗ୍-୨୧ ବିମାନଗୁଡ଼ିକ ବାୟୁସେନାରେ ସେବାରତ ଥିବାବେଳେ ଏବେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ସେବାନିବୃତ୍ତ କରିବାକୁ ବିଚାର କରାଯାଉଛି। ବର୍ତ୍ତମାନ ଭାରତରେ ମୋଟ୍ ୩୧ଟି ଯୁଦ୍ଧ ବିମାନ ଥିବାବେଳେ ସେଥିରେ ମାତ୍ର ୩ଟି ମିଗ୍-୨୧ ବିମାନ ଅଛି। ୨୦୨୫ ପ୍ରଥମ ଭାଗ ସୁଦ୍ଧା ସେଗୁଡ଼ିକୁ ସେବାନିବୃତ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।




