ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କ‌ଲେ ଅମରପ୍ରୀତ ସିଂହ

ନୂଆଦିଲ୍ଲୀ: ଏୟାର ମାର୍ସାଲ ଅମରପ୍ରୀତ ସିଂହ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ନେବା‌ ପୂର୍ବରୁ ସେ ୨୦୨୩ ଫେବ୍ରୁଆରିରୁ ବାୟୁସେନାର ଉପମୁଖ୍ୟ ଥିଲେ। ୧୯୬୪ ଅକ୍ଟୋବର ୨୭ରେ ଜନ୍ମିତ ଅମରପ୍ରୀତ ୧୯୮୪ରେ ବାୟୁସେନାର ଫାଇଟର ପାଇଲଟ୍‌ ଶାଖାରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିକଟରେ ୫ ହଜାରରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ତାଙ୍କ କ୍ୟାରିୟରରେ ସେ ଅପରେସନାଲ ଫାଇଟର୍‌ ସ୍କ୍ବାର୍ଡନ୍‌ ଏବଂ ଏକ ବାୟୁସେନାର ସମ୍ମୁଖ ଘାଟିର […]

Samaya Live Picture
Published On

ନୂଆଦିଲ୍ଲୀ: ଏୟାର ମାର୍ସାଲ ଅମରପ୍ରୀତ ସିଂହ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ନେବା‌ ପୂର୍ବରୁ ସେ ୨୦୨୩ ଫେବ୍ରୁଆରିରୁ ବାୟୁସେନାର ଉପମୁଖ୍ୟ ଥିଲେ। ୧୯୬୪ ଅକ୍ଟୋବର ୨୭ରେ ଜନ୍ମିତ ଅମରପ୍ରୀତ ୧୯୮୪ରେ ବାୟୁସେନାର ଫାଇଟର ପାଇଲଟ୍‌ ଶାଖାରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିକଟରେ ୫ ହଜାରରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ତାଙ୍କ କ୍ୟାରିୟରରେ ସେ ଅପରେସନାଲ ଫାଇଟର୍‌ ସ୍କ୍ବାର୍ଡନ୍‌ ଏବଂ ଏକ ବାୟୁସେନାର ସମ୍ମୁଖ ଘାଟିର କମାଣ୍ଡ୍‌ ଦାୟିତ୍ବରେ ଥିଲେ। ଜଣେ ଟେଷ୍ଟ୍‌ ପାଇଲଟ ଭାବେ ସେ ରୁଷ୍‌ର ମସ୍କୋରେ ମିଗ୍‌-୨୯ ଅପଗ୍ରେଡ୍‌ ମ୍ୟାନେଜମେଣ୍ଟ୍‌ ଟିମ୍‌ର ନେତୃତ୍ବ ନେଇଥିଲେ। ସେ ମଧ୍ୟ ଜାତୀୟ ଫ୍ଲାଇଟ୍‌ ଟେଷ୍ଟ୍‌ ସେଣ୍ଟରରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Tags: