ବାୟୁସେନାକୁ ମିଳିଲା ନୂଆ ଧ୍ବଜା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଦୀର୍ଘ ୭୨ ବର୍ଷ ପରେ ନୂଆ ପ୍ରତୀକ ବା ଧ୍ବଜା ମିଳିଛି। ପ୍ରୟାଗରାଜସ୍ଥିତ ଏୟାର ଫୋର୍ସ ଷ୍ଟେସନ-ବାମରାଉଳିରେ ଅନୁଷ୍ଠିତ ୯୧ତମ ଭାରତୀୟ ବାୟୁସେନା ଦିବସ ଉତ୍ସବରେ ରବିବାର ଦିନ ଏୟାର ଚିଫ୍ ମାର୍ସାଲ ବିବେକ ରାମ ଚୌଧାରୀ ନୂଆ ପ୍ରତୀକକୁ ଉନ୍ମୋଚନ କରିଛନ୍ତି। ଏହାଦ୍ବାରା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ ପ୍ରତୀକ ବଦଳରେ ନୂଆ ପ୍ରତୀକ ଲାଗିଛି। ପୁରୁଣା ପ୍ରତୀକରେ ୟୁନିୟନ ଜ୍ୟାକ ରହିଥିଲା। ନୂଆ ପ୍ରତୀକର ଡାହାଣ ପଟ ଉପର ଭାଗରେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଦୀର୍ଘ ୭୨ ବର୍ଷ ପରେ ନୂଆ ପ୍ରତୀକ ବା ଧ୍ବଜା ମିଳିଛି। ପ୍ରୟାଗରାଜସ୍ଥିତ ଏୟାର ଫୋର୍ସ ଷ୍ଟେସନ-ବାମରାଉଳିରେ ଅନୁଷ୍ଠିତ ୯୧ତମ ଭାରତୀୟ ବାୟୁସେନା ଦିବସ ଉତ୍ସବରେ ରବିବାର ଦିନ ଏୟାର ଚିଫ୍ ମାର୍ସାଲ ବିବେକ ରାମ ଚୌଧାରୀ ନୂଆ ପ୍ରତୀକକୁ ଉନ୍ମୋଚନ କରିଛନ୍ତି। ଏହାଦ୍ବାରା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ ପ୍ରତୀକ ବଦଳରେ ନୂଆ ପ୍ରତୀକ ଲାଗିଛି। ପୁରୁଣା ପ୍ରତୀକରେ ୟୁନିୟନ ଜ୍ୟାକ ରହିଥିଲା। ନୂଆ ପ୍ରତୀକର ଡାହାଣ ପଟ ଉପର ଭାଗରେ ଭାରତୀୟ ବାୟୁସେନାର କ୍ରେଷ୍ଟ (ଚିହ୍ନ) ରହିଛି। ସେହିଭଳି ବାମପଟ ଉପର ଭାଗରେ ଜାତୀୟ ପତାକା ଏବଂ ଡାହାଣ ପଟ ତଳ ଭାଗରେ ବାୟୁସେନାର ରାଉଣ୍ଡେଲ ରହିଛି।




