ବାହାରେ ପେପର୍‌ ଲିକ୍‌, ଭିତରେ ପାଣି ଲିକ୍‌ ….

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ସଂସଦଭବନ ଛାତରୁ ପାଣି ଲିକ୍ ହୋଇ ଲବିରେ ପଡ଼ିବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଏହାର ଏକ ଭିଡିଓ ସେୟାର କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରାଯାଇଛି। ବିରୋଧୀ ସାଂସଦମାନେ ଏହାକୁ ବିଜେପି ସରକାରଙ୍କ ‘ପାଣିଗଳା କାର୍ଯ୍ୟକ୍ରମ’ କହି ତାଚ୍ଛଲ୍ୟ କରିଛନ୍ତି। କଂଗ୍ରେସ ସାଂସଦ ମାଣିକମ ଟାଗୋର ଲୋକସଭାରେ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ସଂସଦଭବନ ଛାତରୁ ପାଣି ଲିକ୍ ହୋଇ ଲବିରେ ପଡ଼ିବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟି ପକ୍ଷରୁ ଏହାର ଏକ ଭିଡିଓ ସେୟାର କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରାଯାଇଛି। ବିରୋଧୀ ସାଂସଦମାନେ ଏହାକୁ ବିଜେପି ସରକାରଙ୍କ ‘ପାଣିଗଳା କାର୍ଯ୍ୟକ୍ରମ’ କହି ତାଚ୍ଛଲ୍ୟ କରିଛନ୍ତି। କଂଗ୍ରେସ ସାଂସଦ ମାଣିକମ ଟାଗୋର ଲୋକସଭାରେ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରିଥିବା ବେଳେ ଅଖିଳେଶ ଯାଦବ ନୂଆ ସଂସଦ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିବା ସହ ପୁରୁଣା କୋଠାକୁ ସଂସଦ କାର୍ଯ୍ୟ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ମାଣିକମ ଟାଗୋର କହିଛନ୍ତି, ବାହାରେ ପେପର ଲିକ୍, ଭିତରେ ପାଣି ଲିକ୍। ଅଖିଳେଶ ଯାଦବ ବିଜେପି ସରକାରଙ୍କ ଅଧୀନରେ ନିର୍ମିତ ପ୍ରତ୍ୟେକ ନୂଆ ଛାତରୁ ପାଣି ଲିକ୍ ହେବା ସେମାନଙ୍କ ସୁଚିନ୍ତିତ ଯୋଜନାର ଏକ ଅଂଶ କି ବୋଲି ପ୍ରଶ୍ନ କରିଛନ୍ତି। ସରକାର କହିଛନ୍ତି ଯେ ବିଲ୍ଡିଂର ଲବି ଉପରେ ଥିବା କାଚ ଗୁମ୍ବୁଜକୁ ଯୋଡ଼ିବା ପାଇଁ ବ୍ୟବହୃତ ଅଠା ଟିକିଏ ଖସି ଯାଇଥିବାରୁ ବୁଧବାର ପ୍ରବଳ ବର୍ଷା ମଧ୍ୟରେ ସାମାନ୍ୟ ପାଣି ଲିକ୍ ହୋଇଥିଲା।

Tags: