ବାସ୍ତିଲ ଡେ ପରେଡ୍‌ରେ ମୁଖ୍ୟ ଅତିଥି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୪ ତାରିଖରେ ବାସ୍ତିଲ ଡେ’ରେ ଫ୍ରାନ୍ସର ପାରମ୍ପରିକ ସାମରିକ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ବାସ୍ତିଲ ଡେ ପରେଡ୍‌ରେ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଫ୍ରାନ୍ସ ପ୍ରେସିଡେନ୍ସି ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ ବାସ୍ତିଲ ଡେ ପରେଡ୍‌ରେ ଫ୍ରାନ୍ସ ସେନାବାହିନୀ ସହ ଭାରତୀୟ ସେନା ବାହିନୀ ବି ଯୋଗ ଦେବେ। ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ରଣନୈତିକ ସମ୍ପର୍କକୁ ୨୫ ବର୍ଷ ପୂର୍ତ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୪ ତାରିଖରେ ବାସ୍ତିଲ ଡେ’ରେ ଫ୍ରାନ୍ସର ପାରମ୍ପରିକ ସାମରିକ ପରେଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ବାସ୍ତିଲ ଡେ ପରେଡ୍‌ରେ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଫ୍ରାନ୍ସ ପ୍ରେସିଡେନ୍ସି ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ ବାସ୍ତିଲ ଡେ ପରେଡ୍‌ରେ ଫ୍ରାନ୍ସ ସେନାବାହିନୀ ସହ ଭାରତୀୟ ସେନା ବାହିନୀ ବି ଯୋଗ ଦେବେ। ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ରଣନୈତିକ ସମ୍ପର୍କକୁ ୨୫ ବର୍ଷ ପୂର୍ତ୍ତି ହେଉଥିବାବେଳେ ଏହି ଅବସରରେ ମୋଦୀ ବାସ୍ତିଲ ଡେ’ ପରେଡ୍‌ରେ ମୁଖ୍ୟ ଅତିଥି ହେବା ଏକ ସଂଯୋଗ। ମୋଦୀଙ୍କର ଏହି ଐତିହାସିକ ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଫ୍ରାନ୍ସ ଜାରି କରିଥିବା ବିବୃତିରେ କହିଛି।

Tags: