ବାସଭବନ ବାହାରେ ଗୁଳିକାଣ୍ଡ ହେବାପରେ ସଲମାନଙ୍କୁ ଭେଟିଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ସଲମାନଙ୍କ ବାସଭବନ ବାହାରେ ୨ ଜଣ ବ୍ୟକ୍ତି ଗୁଳିକାଣ୍ଡ ଘଟାଇବାର କିଛି ଦିନ ପରେ ଆଜି ସିନ୍ଦେ ସଲମାନଙ୍କୁ ଭେଟିଛନ୍ତି। ଗାଲାକ୍ସି ଆପାର୍ଟମେଣ୍ଟରେ ଥିବା ସଲମାନଙ୍କ ବାସଭବନରେ ଆଜି ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କୁ ସିନ୍ଦେ ଭେଟିଛନ୍ତି। ସରକାର ସଲମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ସଲମାନ ଖାନଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି। ମୁମ୍ବାଇର ବାନ୍ଦ୍ରା ସ୍ଥିତ ସଲମାନଙ୍କ ବାସଭବନ ବାହାରେ ୨ ଜଣ ବ୍ୟକ୍ତି ଗୁଳିକାଣ୍ଡ ଘଟାଇବାର କିଛି ଦିନ ପରେ ଆଜି ସିନ୍ଦେ ସଲମାନଙ୍କୁ ଭେଟିଛନ୍ତି। ଗାଲାକ୍ସି ଆପାର୍ଟମେଣ୍ଟରେ ଥିବା ସଲମାନଙ୍କ ବାସଭବନରେ ଆଜି ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କୁ ସିନ୍ଦେ ଭେଟିଛନ୍ତି। ସରକାର ସଲମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ସଲମାନ ଖାନଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ରାଜ୍ୟରେ କୌଣସି ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗ୍ କାର୍ଯ୍ୟକ୍ରମକୁ ଆଦୌ ପ୍ରଶ୍ରୟ ଦେବେନାହିଁ। ଅଭିନେତାଙ୍କୁ ଭେଟିବାପରେ ଏକନାଥ ସିନ୍ଦେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ମୁଁ ଏହା ପ୍ରତିଶ୍ରୁତି ଦେଉଛି ଯେ ସରକାର ତାଙ୍କ ସହ ରହିଛନ୍ତି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି ଏବଂ ସତ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି। ୨ ଅଭିଯୁକ୍ତଙ୍କୁ ମୁମ୍ବାଇ ପୁଲିସ ଗିରଫ କରିସାରିଛି। ସେମାନେ ହେଲେ ଭିକି ଗୁପ୍ତା ଏବଂ ସାଗର ପାଲ୍। ଉଭୟ ବିହାରର ଚମ୍ପାରନ ବାସିନ୍ଦା। ସେମାନେ ନିଜ ଅପରାଧ ସ୍ବୀକାର କରିଛନ୍ତି।

Tags: