ବାସଭବନରେ ପାକିସ୍ତାନୀ ପତାକା ଉଡ଼ାଇଥିବା ବାପ ପୁଅଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ ବ୍ୟକ୍ତି ନିଜ ଘର ଉପରେ ପାକିସ୍ତାନୀ ପତାକା ଉଡ଼ାଇବା ଘଟଣାକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ବୁଧବାର ଏହି ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ବାସଭବନ ଉପରେ ପାକିସ୍ତାନୀ ପତାକା ଉଡ଼ୁଥିବା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭାଗତପୁର ଥାନା ଅଧୀନସ୍ଥ ବୁଧନପୁର ଆଲିଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ପୁଲିସରେ ଏନେଇ ଖବର ଦେବାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଟିମ୍‌ ଜଣେ ଟେକ୍ସଟାଇଲ୍‌ […]

Samaya Live Picture
Published On

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ ବ୍ୟକ୍ତି ନିଜ ଘର ଉପରେ ପାକିସ୍ତାନୀ ପତାକା ଉଡ଼ାଇବା ଘଟଣାକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ବୁଧବାର ଏହି ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ବାସଭବନ ଉପରେ ପାକିସ୍ତାନୀ ପତାକା ଉଡ଼ୁଥିବା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭାଗତପୁର ଥାନା ଅଧୀନସ୍ଥ ବୁଧନପୁର ଆଲିଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ପୁଲିସରେ ଏନେଇ ଖବର ଦେବାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଟିମ୍‌ ଜଣେ ଟେକ୍ସଟାଇଲ୍‌ ବ୍ୟବସାୟୀ ରଇସ୍‌ ଏବଂ ତାଙ୍କ ପୁଅ ସଲମାନଙ୍କ ବାସଭବନରେ ପାକିସ୍ତାନୀ ପତାକା ଉଡ଼ୁଥିବା ଦେଖିଥିଲେ। ପୁଲିସ ତୁରନ୍ତ ଏହି ପାକିସ୍ତାନୀ ପତାକା ହଟାଇବା ସହ ଉଭୟ ରଇସ ଏବଂ ସଲମାନଙ୍କୁ ହାଜତକୁ ନେଇଛି। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: