ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନିର୍ବାଚନ ମାର୍ଚ୍ଚ ୨ରେ
ନୂଆଦିଲ୍ଳୀ: ଦେଶରେ ଆଇନ ଶିକ୍ଷା, ଆଇନଜୀବୀଙ୍କ ଅଧିକାରୀ ଏବଂ ସମସ୍ତ ବାର୍ର ଶୃଙ୍ଖଳା ଓ ଅନୁଶାସନ ଅଧିକାର ରଖିଥିବା ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ନିର୍ବାଚନ ଆସନ୍ତା ୨ ତାରିଖରେ ଅନୁଷ୍ଠିତ ହେବ। ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି, ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦବି ପାଇଁ ମାର୍ଚ୍ଚ ୨ରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଫେବ୍ରୁଆରି ୨୮ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୧। […]
ନୂଆଦିଲ୍ଳୀ: ଦେଶରେ ଆଇନ ଶିକ୍ଷା, ଆଇନଜୀବୀଙ୍କ ଅଧିକାରୀ ଏବଂ ସମସ୍ତ ବାର୍ର ଶୃଙ୍ଖଳା ଓ ଅନୁଶାସନ ଅଧିକାର ରଖିଥିବା ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ନିର୍ବାଚନ ଆସନ୍ତା ୨ ତାରିଖରେ ଅନୁଷ୍ଠିତ ହେବ। ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି, ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦବି ପାଇଁ ମାର୍ଚ୍ଚ ୨ରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଫେବ୍ରୁଆରି ୨୮ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୧। ନିର୍ବାଚିତ କର୍ମକର୍ତ୍ତା ପରବର୍ତ୍ତୀ ୨ ବର୍ଷଯାଏଁ ନିଜର ଦାୟିତ୍ବ ସମ୍ଭାଳିବେ। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସଦସ୍ୟ ମନନ କୁମାର ମିଶ୍ର ଗତ ୧୨ ବର୍ଷ ଧରି ଅର୍ଥାତ୍ କ୍ରମାଗତ ୬ଟି ନିର୍ବାଚନରେ ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତି ଆସୁଛନ୍ତି। ସେହିଭଳି ବରିଷ୍ଠ ଓକିଲ ଏସ୍ ପ୍ରଭାକରନ୍ ଗତ ୩ ବର୍ଷ ଧରି ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।




