ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ରୁଷ୍‌ ମନା

ମସ୍କୋ: ୟୁକ୍ରେନ୍ ଯୁଦ୍ଧକୁ ନେଇ ୱାସିଂଟନ ରୁ୍ଷ୍‌ ଉପରେ ସଦ୍ୟ କଟକଣା ଲଗାଇବା ପରେ ଯେସାକୁ ତେସା ନୀତିରେ ରୁଷ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କ ରୁଷ୍ ଆଗମନ ଉପରେ ନିଷେଧାଦେଶ ଜାରି କରିଛି। ରୁଷ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତମାସରେ ତାଙ୍କ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭଙ୍କ ଜାତିସଂଘକୁ ଯାତ୍ରା ସମୟରେ ତାଙ୍କ ସହ ଯିବାକୁ ଥିବା ମିଡ଼ିଆ କର୍ମଚାରୀଙ୍କୁ ଆମେରିକା ଭିସା ଦେବାକୁ ମନା କରିଦେଇଥିଲା। […]

Samaya Live Picture
Published On

ମସ୍କୋ: ୟୁକ୍ରେନ୍ ଯୁଦ୍ଧକୁ ନେଇ ୱାସିଂଟନ ରୁ୍ଷ୍‌ ଉପରେ ସଦ୍ୟ କଟକଣା ଲଗାଇବା ପରେ ଯେସାକୁ ତେସା ନୀତିରେ ରୁଷ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କ ରୁଷ୍ ଆଗମନ ଉପରେ ନିଷେଧାଦେଶ ଜାରି କରିଛି। ରୁଷ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତମାସରେ ତାଙ୍କ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭଙ୍କ ଜାତିସଂଘକୁ ଯାତ୍ରା ସମୟରେ ତାଙ୍କ ସହ ଯିବାକୁ ଥିବା ମିଡ଼ିଆ କର୍ମଚାରୀଙ୍କୁ ଆମେରିକା ଭିସା ଦେବାକୁ ମନା କରିଦେଇଥିଲା। ଏହାର ଜବାବରେ ଉପରୋକ୍ତ କଟକଣା ଜାରି କରାଯାଇଛି।
ରୁଷ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି- ଆମେରିକା ବହୁ ଆଗରୁ ଜାଣିରଖିବା ଉଚିତ ଥିଲା ଯେ, ରୁଷ୍ ଉପରେ କେହି ଶତ୍ରୁତାପୂର୍ଣ୍ଣ ଆଚରଣ କଲେ ରୁଷ୍ ତାକୁ ଜବାବ ନଦେଇ ଛାଡ଼ିବନି। ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ ହୋଇଥିବା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟର ଇଭାନ ଗରସ୍କୋଭିଚଙ୍କୁ ଦୂତାବାସ ସହ ଯୋଗାଯୋଗ କରିବାର ସୁଯୋଗ ଦେବାକୁ ଆମେରିକାର ସଦ୍ୟତମ ଅନୁରୋଧକୁ ରୁଷ୍ ପ୍ରତ୍ୟାଖ୍ୟାନ କରିଛି।

Tags: