ବାରମୁଳାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୩ ଆତଙ୍କବାଦୀ ନିପାତ
ଶ୍ରୀନଗର : ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି ଏବଂ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ବାରମୁଳା ଜିଲ୍ଲାର ଉରି ସେକ୍ଟର ସ୍ଥିତ ଏଲ୍ଓସିରେ ଆଜି ସେନା, ପୁଲିସ ଏବଂ ଗୁଇନ୍ଦା ସଂସ୍ଥାର ମିଳିତ ଅପରେସନ୍ ଚାଲିଥିବା ସମୟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଉରିର ଆଗୁଆ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ […]
ଶ୍ରୀନଗର : ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି ଏବଂ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ବାରମୁଳା ଜିଲ୍ଲାର ଉରି ସେକ୍ଟର ସ୍ଥିତ ଏଲ୍ଓସିରେ ଆଜି ସେନା, ପୁଲିସ ଏବଂ ଗୁଇନ୍ଦା ସଂସ୍ଥାର ମିଳିତ ଅପରେସନ୍ ଚାଲିଥିବା ସମୟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଉରିର ଆଗୁଆ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଅନନ୍ତନାଗରେ ଲଗାତାର ୪ ଦିନ ଧରି ଅପରେସନ ଜାରି ରହିଛି।




