ବାରଣାସୀ ରୋଡସୋ ସମୟରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲା ମୋଦୀଙ୍କ କନଭୟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବାରଣାସୀ ରୋଡସୋ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାପାଇଁ ତାଙ୍କ କନଭୟ ଅଟକାଇ ଦେଇଛନ୍ତି। ଫଳରେ ଆମ୍ବୁଲାନ୍ସଟି ଯଥା ସମୟରେ ରୋଗୀକୁ ନେଇ ହସ୍ପିଟାଲ୍ରେ ପହଞ୍ଚି ପାରିଛି। ତେବେ ଏହା ପ୍ରଥମ ଥର ନୁହେଁ। ମୋଦୀ ବାରମ୍ବାର ଏଭଳି କାମ କରି ତାଙ୍କ ମହାନତା ଦେଖାଇଛନ୍ତି। ଗତବର୍ଷ ମଧ୍ୟ ମୋଦୀ ସେପ୍ଟେମ୍ବର ୩୦ ତାରିଖରେ ଗୁଜରାଟର ମୁଖ୍ୟ ରାସ୍ତାରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାପାଇଁ ତାଙ୍କ କନଭୟ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବାରଣାସୀ ରୋଡସୋ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାପାଇଁ ତାଙ୍କ କନଭୟ ଅଟକାଇ ଦେଇଛନ୍ତି। ଫଳରେ ଆମ୍ବୁଲାନ୍ସଟି ଯଥା ସମୟରେ ରୋଗୀକୁ ନେଇ ହସ୍ପିଟାଲ୍ରେ ପହଞ୍ଚି ପାରିଛି। ତେବେ ଏହା ପ୍ରଥମ ଥର ନୁହେଁ। ମୋଦୀ ବାରମ୍ବାର ଏଭଳି କାମ କରି ତାଙ୍କ ମହାନତା ଦେଖାଇଛନ୍ତି। ଗତବର୍ଷ ମଧ୍ୟ ମୋଦୀ ସେପ୍ଟେମ୍ବର ୩୦ ତାରିଖରେ ଗୁଜରାଟର ମୁଖ୍ୟ ରାସ୍ତାରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାପାଇଁ ତାଙ୍କ କନଭୟ ଅଟକାଇଥିଦଲେ। ମୋଦୀ ଏବଂ ଅନ୍ୟ ଅଧିକାରୀମାନେ ଅହମଦାବାଦରୁ ଗାନ୍ଧିନଗରକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ସେହିପରି ନଭେମ୍ବର ୯ ତାରିଖରେ ମଧ୍ୟ ମୋଦୀ ହିମାଚଳର କାଙ୍ଗ୍ରାରୁ ଏକ ରାଲିରୁ ଫେରିବାପରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାପାଇଁ ତାଙ୍କ କନଭୟ ଅଟକାଇଥିଲେ। ମୋଦୀଙ୍କ ୨ ଦିନିଆ ବାରଣାସୀ ଗସ୍ତ ଅବସରରେ ସେ ୧୯ ହଜାର କୋଟିରୁ ଅଧିକ ଟଙ୍କାର ପ୍ରାୟ ୩୭ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ।




