ବାରଣାସୀରେ ଆଜି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବାରଣାସୀରେ ମୋଦୀ ମହିଳା ସମର୍ଥକଙ୍କର ଏକ ରାଲିରେ ଉଦ୍ବୋଧନ ଦେବେ ଏବଂ ସଂସଦରେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ସଂକ୍ରାନ୍ତରେ କହିବେ। ମୋଦୀ ମଧ୍ୟ ସହରରେ ୧୬ଟି ନବ ନିର୍ମିତ ଅଟଳ ରେସିଡେନସିଲ ସ୍କୁଲ୍ ଉଦ୍ଘାଟନ କରିବେ। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମୋଦୀ ୫ ହଜାରରୁ ଅଧିକ ମହିଳାଙ୍କୁ ଉଦ୍ବୋଧନ ଦେବେ। ରୁଦ୍ରାକ୍ଷ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବାରଣାସୀରେ ମୋଦୀ ମହିଳା ସମର୍ଥକଙ୍କର ଏକ ରାଲିରେ ଉଦ୍ବୋଧନ ଦେବେ ଏବଂ ସଂସଦରେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ସଂକ୍ରାନ୍ତରେ କହିବେ। ମୋଦୀ ମଧ୍ୟ ସହରରେ ୧୬ଟି ନବ ନିର୍ମିତ ଅଟଳ ରେସିଡେନସିଲ ସ୍କୁଲ୍ ଉଦ୍ଘାଟନ କରିବେ। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମୋଦୀ ୫ ହଜାରରୁ ଅଧିକ ମହିଳାଙ୍କୁ ଉଦ୍ବୋଧନ ଦେବେ। ରୁଦ୍ରାକ୍ଷ ସେଣ୍ଟରରେ ମୋଦୀ ଅଟଳ ରେସିଡେନସିଆଲ ସ୍କୁଲ୍ ଉଦ୍ଘାଟନ କରିବେ। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଥିବା ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ୧୨୧ କୋଟି ଟଙ୍କାର ଜମି ଉପରେ ନିର୍ମାଣ ହେବ। ଷ୍ଟାଡିୟମ ନିର୍ମାଣ ପାଇଁ ପାଖାପାଖି ୩୩୦ କୋଟି ଖର୍ଚ୍ଚ ହେବ ବୋଲି ଉତ୍ତରପ୍ରଦେଶ ସରକାର ଏକ ବିବୃତି ଜାରି କରି କହିଛନ୍ତି। ଷ୍ଟାଡିୟମରେ ଏକସଙ୍ଗେ ୩୦ ହଜାର ଲୋକ ବସିପାରିବେ। ଡିସେମ୍ବର ୨୦୨୫ ସୁଦ୍ଧା ଏହି ଷ୍ଟାଡିୟମ ପ୍ରସ୍ତୁତ ହୋଇଯିବ।




