ବାପା ହେଲେ ତେଜସ୍ବୀ ଯାଦଦ

ନୂଆଦିଲ୍ଲୀ, ୨୭/୩ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ସକାଳେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଆଜି ଏକ ଟ୍ବିଟ୍‌ କରି ପ୍ରଥମେ ଏହି ସୂଚନା ଦେଇଛନ୍ତି। ତେଜସ୍ବୀ ଯାଦବ ମଧ୍ୟ ନିଜେ ଏକ ଟ୍ବିଟ୍‌ କରି ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଛନ୍ତି। ତେଜସ୍ବୀ ଏକ ଟ୍ବିଟ୍‌ କରି କହିଛନ୍ତି, ‘ଈଶ୍ବର ଆନନ୍ଦିନ ହୋଇ କନ୍ୟା ରତ୍ନକୁ ଉପହାର ଭାବେ ପଠାଇଛନ୍ତି’ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ […]

Samaya Live Picture
Published On

ନୂଆଦିଲ୍ଲୀ, ୨୭/୩ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ସକାଳେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଆଜି ଏକ ଟ୍ବିଟ୍‌ କରି ପ୍ରଥମେ ଏହି ସୂଚନା ଦେଇଛନ୍ତି। ତେଜସ୍ବୀ ଯାଦବ ମଧ୍ୟ ନିଜେ ଏକ ଟ୍ବିଟ୍‌ କରି ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଛନ୍ତି। ତେଜସ୍ବୀ ଏକ ଟ୍ବିଟ୍‌ କରି କହିଛନ୍ତି, ‘ଈଶ୍ବର ଆନନ୍ଦିନ ହୋଇ କନ୍ୟା ରତ୍ନକୁ ଉପହାର ଭାବେ ପଠାଇଛନ୍ତି’ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଥମେ ତେଜସ୍ବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତେଜସ୍ବୀ ୨୦୨୧ ଡି‌ସେମ୍ବର ୯ରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ରାଜଶ୍ରୀ ଯାଦବଙ୍କୁ ବିବାହ କରିଥିଲେ। ରାଜଶ୍ରୀ ଯାଦବ ହରିୟାଣା ରେୱାଡ଼ିର। କିନ୍ତୁ ସେ ପିଲାଦିନୁ ଦିଲ୍ଲୀରେ ରହୁଥିଲେ। ତେଜସ୍ବୀ ଏବଂ ରାଜଶ୍ରୀ ଏକାଠି ନୂଆଦିଲ୍ଲୀ ସ୍ଥିତ ଡିପିଏସ ସ୍କୁଲ୍‌ରେ ପଢ଼ୁଥିଲେ।

Tags: