ବାପାଙ୍କୁ ଆତ୍ମହତ୍ୟାରୁ ଅଟକାଇବାକୁ ଯାଇ ଝିଅ ସମେତ ୩ ମୃତ

ଜୟପୁର: ଏକ ମର୍ମନ୍ତୁଦ ଘଟଣାକ୍ରମେ ରାଜସ୍ଥାନ ଜୟପୁରରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ପିତାଙ୍କୁ ବଞ୍ଚାଇବାକୁ ତାଙ୍କ ନାବାଳିକା ଝିଅ ଓ ବଡ଼ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ସୁମିତ ସୈନ (୪୦) ସିବିଆଇ ଲେଭେଲ୍‌ କ୍ରସିଂ ନିକଟ‌କୁ ଆହତ୍ମହତ୍ୟା କରିବାକୁ ଯାଇଥିଲା। ଏହାପୂର୍ବରୁ ନିଜର ପରିବାର ବର୍ଗଙ୍କୁ ଭିଡ଼ିଓ କଲ୍‌ କରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଦର୍ଶାଇଥିଲା। ତେବେ କେଉଠି ଅଛି ସେନେଇ ପରିବାର ଲୋକ […]

ବାପାଙ୍କୁ ଆତ୍ମହତ୍ୟାରୁ ଅଟକାଇବାକୁ ଯାଇ ଝିଅ ସମେତ ୩ ମୃତ
Samaya Live Picture
Published On

ଜୟପୁର: ଏକ ମର୍ମନ୍ତୁଦ ଘଟଣାକ୍ରମେ ରାଜସ୍ଥାନ ଜୟପୁରରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ପିତାଙ୍କୁ ବଞ୍ଚାଇବାକୁ ତାଙ୍କ ନାବାଳିକା ଝିଅ ଓ ବଡ଼ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ସୁମିତ ସୈନ (୪୦) ସିବିଆଇ ଲେଭେଲ୍‌ କ୍ରସିଂ ନିକଟ‌କୁ ଆହତ୍ମହତ୍ୟା କରିବାକୁ ଯାଇଥିଲା। ଏହାପୂର୍ବରୁ ନିଜର ପରିବାର ବର୍ଗଙ୍କୁ ଭିଡ଼ିଓ କଲ୍‌ କରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଦର୍ଶାଇଥିଲା। ତେବେ କେଉଠି ଅଛି ସେନେଇ ପରିବାର ଲୋକ ପଚାରିବା ପୂର୍ବରୁ ସୁମିନ ଫୋନ୍‌ ବନ୍ଦ କରିଦେଇଥିଲା। ସୁମିତଙ୍କ ଝିଅ ନିଶା (୧୫) ଓ ସୁମିତଙ୍କ ବଡ଼ ଭାଇ ଗଣେଶ ସୈନ (୪୪) ଖୋଜିବାକୁ ବାହାରିଥିଲେ। ଶେଷରେ ସେମାନେ ସୁମିତଙ୍କୁ ରେଳ ଲାଇନ୍‌ ଉପରେ ଶୋଇଥିବା ଠାବ କରିଥିଲେ। ବୁଝାଶୁଝା କରି ତାଙ୍କୁ ରେଳଲାଇନ୍‌ ଉପରୁ ହଟାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେହି ଟ୍ରାକ୍‌ ଦେଇ ଆସୁଥିବା ହରିଦ୍ବାର ମେଲ୍‌ ତିନିଜଣଙ୍କ ଉପରେ ଚଢ଼ିଯାଇଥିଲା। ଏନେଇ ଟ୍ରେନ୍‌ର ଚାଳକ ରେଳବାଇ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇଥିଲେ। ଡିସିପି ତେଜସ୍ବିନୀ ଗୌତମଙ୍କ ସମେତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିଲା।

Tags: