ବାନ୍ଧବୀ କଥାରେ ପଡ଼ି ପତ୍ନୀକୁ ହତ୍ୟା କଲେ ବିଜେପି ନେତା

ଆଜମେର୍: ରାଜସ୍ଥାନର ଆଜମେରରେ ଜଣେ ବିଜେପି ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ବାନ୍ଧବୀଙ୍କ କଥାରେ ପଡ଼ି ସେ ହତ୍ୟାକାଣ୍ଡ ଘଟାଇଥିବାବେଳେ ଏହାକୁ ଡକାୟତି ଘଟଣାର ରୂପ ଦେଇଥିଲେ। ଅଗଷ୍ଟ ୧୦ରେ ବିଜେପି ନେତା ରୋହିତ ସୈନୀଙ୍କ ପତ୍ନୀ ସଞ୍ଜ ସୈନୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲେ। ଡକାୟତମାନେ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ରୋହିତ ପ୍ରଥମେ ପୁଲିସ ଆଗରେ କହିଥିଲେ। ତଦନ୍ତ ବେଳେ କିନ୍ତୁ ସେ ବାରମ୍ବାର […]

ବାନ୍ଧବୀ କଥାରେ ପଡ଼ି ପତ୍ନୀକୁ ହତ୍ୟା କଲେ ବିଜେପି ନେତା
Samaya Live Picture
Published On

ଆଜମେର୍: ରାଜସ୍ଥାନର ଆଜମେରରେ ଜଣେ ବିଜେପି ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ବାନ୍ଧବୀଙ୍କ କଥାରେ ପଡ଼ି ସେ ହତ୍ୟାକାଣ୍ଡ ଘଟାଇଥିବାବେଳେ ଏହାକୁ ଡକାୟତି ଘଟଣାର ରୂପ ଦେଇଥିଲେ। ଅଗଷ୍ଟ ୧୦ରେ ବିଜେପି ନେତା ରୋହିତ ସୈନୀଙ୍କ ପତ୍ନୀ ସଞ୍ଜ ସୈନୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲେ। ଡକାୟତମାନେ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ରୋହିତ ପ୍ରଥମେ ପୁଲିସ ଆଗରେ କହିଥିଲେ। ତଦନ୍ତ ବେଳେ କିନ୍ତୁ ସେ ବାରମ୍ବାର ବୟାନ ବଦଳାଇଥିଲେ। ପୁଲିସର ଘନ ଘନ ଜେରା ପରେ ରୋହିତ ବାନ୍ଧବୀ ରିତୁ କଥାରେ ପଡ଼ି ପତ୍ନୀକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତଦନ୍ତରୁ ଜଣାପଡ଼ିଛି ରୋହିତ ଓ ରିତୁ ଦୀର୍ଘଦିନ ହେଲା ସମ୍ପର୍କରେ ଥିଲେ। ସଞ୍ଜୁଙ୍କୁ ସେମାନଙ୍କ ସମ୍ପର୍କରେ ବାଧା ବୋଲି ମନେକରୁଥିଲେ। ପୁଲିସ ରିତୁ ସହିତ ରୋହିତକୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଛି। ଉଭୟଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜେରା ଚାଲିଛି।

Tags: