ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ଚଳାଚଳ ବାଧାପ୍ରାପ୍ତ
ମୁମ୍ବାଇ : ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ହୋଇଛି। ରବିବାର ସନ୍ଧ୍ୟାରୁ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ମେରାଇନ ଡ୍ରାଇଭ୍ରେ ଉଚ୍ଚ ଜୁଆର ଆସିବା ସହ ପ୍ରବଳ ପବନ ବହୁଛି। ରାଜ୍ୟର ଅନ୍ୟ ଉପକୂଳ ଅଂଶରେ ବି ପ୍ରବଳ ପବନ ବହୁଛି ଏବଂ ବର୍ଷା ହେଉଛି। ପ୍ରବଳ ବର୍ଷା ଏବଂ ପବନ ହୋଇଥିବାରୁ ମୁମ୍ବାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳରେ ପ୍ରବଳରୁ […]
ମୁମ୍ବାଇ : ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ହୋଇଛି। ରବିବାର ସନ୍ଧ୍ୟାରୁ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ମେରାଇନ ଡ୍ରାଇଭ୍ରେ ଉଚ୍ଚ ଜୁଆର ଆସିବା ସହ ପ୍ରବଳ ପବନ ବହୁଛି। ରାଜ୍ୟର ଅନ୍ୟ ଉପକୂଳ ଅଂଶରେ ବି ପ୍ରବଳ ପବନ ବହୁଛି ଏବଂ ବର୍ଷା ହେଉଛି। ପ୍ରବଳ ବର୍ଷା ଏବଂ ପବନ ହୋଇଥିବାରୁ ମୁମ୍ବାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳରେ ଉଚ୍ଚ ଜୁଆର ମଧ୍ୟ ଆସିବ। ବାତ୍ୟା ବିପର୍ଯ୍ୟୟ ଘଣ୍ଟାପ୍ରତି ୯ କିମି ବେଗରେ ଗତି କରୁଛି। ଏହା ଜୁନ୍ ୧୫ ବେଳକୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଅତିକ୍ରମ କରିବ। ମୁମ୍ବାଇଠାରୁ ଏହା ଏବେ ୫୮୦ କିମି ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମରେ ଅଛି।




