ବାତ୍ୟା ବିପର୍ଯ୍ୟୟ ପାଇଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି , ୭ ମୃତ

ଅହମଦାବାଦ : ବାତ୍ୟା ବିପର୍ଯ୍ୟୟ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି କରିଛି। ଶତାଧିକ ଘର ମାଟିରେ ମିଶିଯାଇଛି। ୫୦୦ରୁ ଅଧିକ ଗଛ ଏବଂ ଇଲେକ୍ଟ୍ରିକ ଖୁଣ୍ଟି ଉପୁଡ଼ି ଯାଇଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାବନଗର ଜିଲ୍ଲାରେ ଜଣେ ବାପ ପୁଅ ସେମାନଙ୍କ ଛେଳି ପହ୍ଲକୁ ବଞ୍ଚାଇବାକୁ ଯାଇ ପାଣିରେ ଭାଶି ଯାଇଛନ୍ତି। ଏଥି‌ସହ ବାତ୍ୟା ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୭‌ରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବାତ୍ୟା ଜଖାଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ […]

Samaya Live Picture
Published On

ଅହମଦାବାଦ : ବାତ୍ୟା ବିପର୍ଯ୍ୟୟ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି କରିଛି। ଶତାଧିକ ଘର ମାଟିରେ ମିଶିଯାଇଛି। ୫୦୦ରୁ ଅଧିକ ଗଛ ଏବଂ ଇଲେକ୍ଟ୍ରିକ ଖୁଣ୍ଟି ଉପୁଡ଼ି ଯାଇଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାବନଗର ଜିଲ୍ଲାରେ ଜଣେ ବାପ ପୁଅ ସେମାନଙ୍କ ଛେଳି ପହ୍ଲକୁ ବଞ୍ଚାଇବାକୁ ଯାଇ ପାଣିରେ ଭାଶି ଯାଇଛନ୍ତି। ଏଥି‌ସହ ବାତ୍ୟା ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୭‌ରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବାତ୍ୟା ଜଖାଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିମିରୁ ୧୪୦ କିମି ଥିଲା। ରାତି ୨.୩୦ ସମୟରେ ବାତ୍ୟା ଦୁର୍ବଳ ହେବା ଆରମ୍ଭ କରିଥିଲା। ବାତ୍ୟା ଆଜି ସନ୍ଧ୍ୟାରେ ଦୁର୍ବଳ ହୋଇ ରାଜସ୍ଥାନରେ ଅବପାତରେ ପରିଣତ ହେବ। ଜୁନ୍‌ ୧୬ ଏବଂ ୧୭ ତାରିଖରେ ରାଜସ୍ଥାନରେ ପ୍ରବଳ ବର୍ଷା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନ୍‌ରେ କଥା ‌ହୋଇଛନ୍ତି ଏବଂ ବାତ୍ୟା ପରର ସ୍ଥିତି ପଚାରି ବୁଝିଛନ୍ତି। ଗୁଜରାଟ ସରକାର ପାଖାପାଖି ୧ ଲକ୍ଷ ଲୋକଙ୍କୁ ଉପକୂଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ବାତ୍ୟା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୮ ଏନଡିଆରଏଫ୍‌ ଏବଂ ୧୨ ଏହଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

Tags: