ବାଚସ୍ପତିଙ୍କ ଉପରକୁ କାଗଜ, ପ୍ଲାକାର୍ଡ ଫୋପାଡ଼ିଲେ ବିରୋଧୀ ସାଂସଦ
ନୂଆଦିଲ୍ଲୀ, ୨୭/୩ : ରାହୁଲ ଗାନ୍ଧୀ ସଂସଦରୁ ଅଯୋଗ୍ୟ ଘୋଷିତ ହେବାକୁ ବିରୋଧ କରି ଆଜି ବିରୋଧୀ ନେତାମାନେ ସଂସଦରେ ଆନ୍ଦୋଳନ କରିଛନ୍ତି। ବିରୋଧୀ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ କରିଛନ୍ତି। ତେବେ ବିରୋଧୀ ସାଂସଦମାନେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପରକୁ କାଗଜ ଏବଂ ପ୍ଲାକାର୍ଡ ଫୋପାଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆଜି ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ହୋହଲ୍ଲା […]
ନୂଆଦିଲ୍ଲୀ, ୨୭/୩ : ରାହୁଲ ଗାନ୍ଧୀ ସଂସଦରୁ ଅଯୋଗ୍ୟ ଘୋଷିତ ହେବାକୁ ବିରୋଧ କରି ଆଜି ବିରୋଧୀ ନେତାମାନେ ସଂସଦରେ ଆନ୍ଦୋଳନ କରିଛନ୍ତି। ବିରୋଧୀ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ କରିଛନ୍ତି। ତେବେ ବିରୋଧୀ ସାଂସଦମାନେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପରକୁ କାଗଜ ଏବଂ ପ୍ଲାକାର୍ଡ ଫୋପାଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆଜି ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ହୋହଲ୍ଲା କରିବାରୁ ମାତ୍ର କିଛି ମିନିଟ୍ ମଧ୍ୟରେ ଗୃହ ମୁଲତବୀ କରାଯାଇଛି। ରାଜ୍ୟସଭା ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିବାବେଳେ ଲୋକସଭା ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଛି। ବିରୋଧୀ ସାଂସଦମାନେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ହୋହଲ୍ଳା କରିବାରୁ ଗୃହ ମୁଲତବୀ ରହିଛି। ଅନ୍ୟପକ୍ଷେ ଆଜି କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ରଣନୈତିକ ବୈଠକ ହୋଇଛି। ଏହି ବୈଠକରେ ୧୭ ବିରୋଧୀ ଦଳ ନେତା ଯୋଗ ଦେଇଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି।




