ବାଘେଲ ସରକାର ବିରୋଧରେ ‘ଆରୋପ ପତ୍ର’ ଜାରି କଲେ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ଭୂପେଶ ବାଘେଲ ସରକାର ବିରୋଧରେ ଏକ ‘ଆରୋପ ପତ୍ର’ ଜାରି କରିଛନ୍ତି। ବାଘେଲ ସରକାର ବିଭିନ୍ନ ଦୁର୍ନୀତି ଏବଂ ଲୁଟ୍ରେ ସମ୍ପୃକ୍ତ ବୋଲି ଏହି ଆରୋପ ପତ୍ରରେ କୁହାଯାଇଛି। ବାଘେଲ ମଧ୍ୟ ଛତିଶଗଡ଼କୁ ଗାନ୍ଧି ପରିବାରର ଏଟିଏମ୍ କରିଦେଇଛନ୍ତି ଏବଂ ତାଙ୍କ ସରକାର ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗିଦେଇଛି ବୋଲି ଶାହ ଅଭିଯୋଗ କରିଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ସରକାର ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରଣ ବନ୍ଦ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ଭୂପେଶ ବାଘେଲ ସରକାର ବିରୋଧରେ ଏକ ‘ଆରୋପ ପତ୍ର’ ଜାରି କରିଛନ୍ତି। ବାଘେଲ ସରକାର ବିଭିନ୍ନ ଦୁର୍ନୀତି ଏବଂ ଲୁଟ୍ରେ ସମ୍ପୃକ୍ତ ବୋଲି ଏହି ଆରୋପ ପତ୍ରରେ କୁହାଯାଇଛି। ବାଘେଲ ମଧ୍ୟ ଛତିଶଗଡ଼କୁ ଗାନ୍ଧି ପରିବାରର ଏଟିଏମ୍ କରିଦେଇଛନ୍ତି ଏବଂ ତାଙ୍କ ସରକାର ଦୁର୍ନୀତିର ସବୁ ରେକର୍ଡ ଭାଙ୍ଗିଦେଇଛି ବୋଲି ଶାହ ଅଭିଯୋଗ କରିଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ସରକାର ଆଦିବାସୀ ଅଞ୍ଚଳରେ ଧର୍ମାନ୍ତରଣ ବନ୍ଦ ଦିଗରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁନାହିଁ ବୋଲି ଶାହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଉ କିଛି ମାସ ପରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାବେଳେ ଏହାପୂର୍ବରୁ ବିଜେପି ଏବଂ କଂଗ୍ରେସ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ରେ କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ କ୍ଷମତା ଦଖଲ ପାଇଁ ସବୁ ଉଦ୍ୟମ ଲଗାଇ ଦେଇଥିବାବେଳେ ବିଜେପି ବି ଭିନ୍ନ ରଣନୀତିରେ କାମ କରୁଛି।




