ବାକ୍-ସ୍ବାଧୀନତାର ଅର୍ଥ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର
ୱାସିଂଟନ: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କାନାଡ଼ାକୁ କଡ଼ା ସମାଲୋଚନା କରିଛନ୍ତି। କାନାଡ଼ାର ନାଁ ନନେଇ ଜୟଶଙ୍କର କହିଛନ୍ତି, ବାକ୍-ସ୍ବାଧୀନତା ବାବଦରେ ଅନ୍ୟ କୌଣସି ଦେଶ ଭାରତକୁ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ । ବାକ୍ ସ୍ବାଧୀନତା ମାନେ ହିଂସାକୁ ଉସକାଇବା । ଶୁକ୍ରବାର ୱାସିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜୟଶଙ୍କର କହିଲେ, ମୁଁ ଏଠାରେ ଆମେରିକାକୁ ଓ କାନାଡ଼ାକୁ ମଧ୍ୟ କହି ରଖିବାକୁ ଚାହେଁ ଯେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। […]
ୱାସିଂଟନ: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କାନାଡ଼ାକୁ କଡ଼ା ସମାଲୋଚନା କରିଛନ୍ତି। କାନାଡ଼ାର ନାଁ ନନେଇ ଜୟଶଙ୍କର କହିଛନ୍ତି, ବାକ୍-ସ୍ବାଧୀନତା ବାବଦରେ ଅନ୍ୟ କୌଣସି ଦେଶ ଭାରତକୁ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ । ବାକ୍ ସ୍ବାଧୀନତା ମାନେ ହିଂସାକୁ ଉସକାଇବା ।
ଶୁକ୍ରବାର ୱାସିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜୟଶଙ୍କର କହିଲେ, ମୁଁ ଏଠାରେ ଆମେରିକାକୁ ଓ କାନାଡ଼ାକୁ ମଧ୍ୟ କହି ରଖିବାକୁ ଚାହେଁ ଯେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଅନ୍ୟ କୌଣସି ଦେଶ ଭାରତକୁ ବାକ୍-ସ୍ବାଧୀନତା ବାବଦରେ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ। ହିଂସାକୁ ପ୍ରୋତ୍ସାହନ ଦେବା ଭଳି ଭାଷଣକୁ ବାକ୍-ସ୍ବାଧୀନତା କୁହାଯାଏ ନାହିଁ। ଏହା ସ୍ବାଧୀନତାର ସୁରକ୍ଷା ନୁହେଁ, ବରଂ ସ୍ବାଧୀନତାର ଦୁରୁପଯୋଗ। ଭାରତ ଜାଗାରେ ଅନ୍ୟ କୌଣସି ରାଷ୍ଟ୍ର ଥିଲେ ଏବଂ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଥିଲେ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ?




