ବାଇଡେନ ଓହରିବା ପରେ ଟ୍ରମ୍ପ୍‌ଙ୍କଠାରୁ ଆଗରେ କମଳା ହାରିସ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରି ଯାଇଛନ୍ତି। ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଭାବେ ମନୋନୀତ କରିବାକୁ ବାଇଡେନ୍‌ ଘୋଷଣା କରି ସାରଛନ୍ତି । ଡେମୋକ୍ରାଟିକ୍‌ ଦଳର ସଂଖ୍ୟାଧିକ ସଦସ୍ୟ ମଧ୍ୟ କମଳା ହାରିସ୍‌ଙ୍କ ନାମାଙ୍କନକୁ ସମର୍ଥନ ଜଣାଇବା ପରେ ତାଙ୍କ ପ୍ରାର୍ଥିତ୍ବ ସ୍ଥିତି ସୁଦୃଢ଼ ହୋଇଛି। ଦଳୀୟ ନିୟମାନୁସାରେ, ପ୍ରାର୍ଥିତ୍ବ ନାମାଙ୍କନ ନିମନ୍ତେ ପ୍ରଥମ ବାଲଟ୍‌ରେ ୧୯୭୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏଭଳି ସ୍ଥିତିରେ ୨୬୬୮ […]

Samaya Live Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରି ଯାଇଛନ୍ତି। ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଭାବେ ମନୋନୀତ କରିବାକୁ ବାଇଡେନ୍‌ ଘୋଷଣା କରି ସାରଛନ୍ତି । ଡେମୋକ୍ରାଟିକ୍‌ ଦଳର ସଂଖ୍ୟାଧିକ ସଦସ୍ୟ ମଧ୍ୟ କମଳା ହାରିସ୍‌ଙ୍କ ନାମାଙ୍କନକୁ ସମର୍ଥନ ଜଣାଇବା ପରେ ତାଙ୍କ ପ୍ରାର୍ଥିତ୍ବ ସ୍ଥିତି ସୁଦୃଢ଼ ହୋଇଛି। ଦଳୀୟ ନିୟମାନୁସାରେ, ପ୍ରାର୍ଥିତ୍ବ ନାମାଙ୍କନ ନିମନ୍ତେ ପ୍ରଥମ ବାଲଟ୍‌ରେ ୧୯୭୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏଭଳି ସ୍ଥିତିରେ ୨୬୬୮ ସଦସ୍ୟ କମଳା ହାରିସ୍‌ଙ୍କୁ ସମର୍ଥନ ଜଣାଇଥିବା ବଳେ ୫୪ଜଣ ନିରପେକ୍ଷ ରହିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍‌ ଡେମୋକ୍ରାଟିକ୍‌ ଚେୟାରମ୍ୟାନ୍‌ ରଷ୍ଟି ହିକ୍‌ସ କହିଛନ୍ତି, ମଙ୍ଗଳବାର କାଲିଫର୍ଣ୍ଣିଆର ୭୫ରୁ ୮୦ ପ୍ରତିଶତ ସଦସ୍ୟଙ୍କୁ ନିଜର ମତ ଜାହିର କରିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ କମଳାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇଥିଲେ। ଏହାସତ୍ବେ କମଳାଙ୍କ ପ୍ରାର୍ଥିତ୍ବ ବର୍ତ୍ତମାନ ଯାଏଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ରିପବ୍ଲିକାନ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ହାରିସ ଆଗରେ ଅଛନ୍ତି। ମଙ୍ଗଳବାର ଜାରି ହୋଇଥିବା ଏକ ଜନମତ ଅନୁଯାୟୀ ଟ୍ରମ୍ପ୍‌ଙ୍କଠାରୁ ହାରିସ୍‌ ୨ ପଏଣ୍ଟ୍‌ ଆଗରେ ଅଛନ୍ତି।

Tags: