ବାଇଡେନ୍‌ଙ୍କ ପୁଅ ହଣ୍ଟରଙ୍କ ବିରୋଧରେ ନୂଆ ମାମଲା

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିଶୁ ଯୌନଶୋଷଣ ମାମଲାରେ ଛନ୍ଦି ହୋଇଥିବା ହଣ୍ଟରଙ୍କ ବିରୋଧରେ ଆଉ ଏକ ନୂତନ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ରୋମାନୀୟ ବ୍ୟବସାୟୀଙ୍କଠାରୁ ହଣ୍ଟର ବାଇଡେନ ଲାଞ୍ଚ ନେଇ ଆମେରିକାର ବିଭିନ୍ନ ସଂସ୍ଥାକୁ ପ୍ରଭାବିତ କରୁଥିଲେ। ସରକାରୀ ଓକିଲ କହିଛନ୍ତି, ଜୋ ବାଇଡେନଙ୍କ ଉପରାଷ୍ଟ୍ରପତିତ୍ବ ସମୟରେ ହଣ୍ଟରଙ୍କୁ ରୋମାନୀୟ ବ୍ୟବସାୟୀ ଗାବ୍ରିଏଲ୍‌ ପୋପୋଭିଚୁ ବିଭିନ୍ନ ଆମେରିକୀୟ ବ୍ୟବସାୟ ପ୍ରତିଷ୍ଠାନ […]

Samaya Live Picture
Published On

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିଶୁ ଯୌନଶୋଷଣ ମାମଲାରେ ଛନ୍ଦି ହୋଇଥିବା ହଣ୍ଟରଙ୍କ ବିରୋଧରେ ଆଉ ଏକ ନୂତନ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ରୋମାନୀୟ ବ୍ୟବସାୟୀଙ୍କଠାରୁ ହଣ୍ଟର ବାଇଡେନ ଲାଞ୍ଚ ନେଇ ଆମେରିକାର ବିଭିନ୍ନ ସଂସ୍ଥାକୁ ପ୍ରଭାବିତ କରୁଥିଲେ। ସରକାରୀ ଓକିଲ କହିଛନ୍ତି, ଜୋ ବାଇଡେନଙ୍କ ଉପରାଷ୍ଟ୍ରପତିତ୍ବ ସମୟରେ ହଣ୍ଟରଙ୍କୁ ରୋମାନୀୟ ବ୍ୟବସାୟୀ ଗାବ୍ରିଏଲ୍‌ ପୋପୋଭିଚୁ ବିଭିନ୍ନ ଆମେରିକୀୟ ବ୍ୟବସାୟ ପ୍ରତିଷ୍ଠାନ ସହ ଯୋଗସୂତ୍ର ରକ୍ଷା କରିବା ଓ ଆମେରିକା ସରକାରଙ୍କ ନୀତିନିୟମକୁ ପ୍ରଭାବିତ କରିବା ନିମନ୍ତେ ନିଯୁକ୍ତି ଦେଇଥିଲେ। ସ୍ବତନ୍ତ୍ର ଓକିଲ ଡାଭିଡ୍‌ ୱେସ୍‌ କହିଛନ୍ତି, ଆସନ୍ତା ମାସରେ ହଣ୍ଟର ଏବଂ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ବୟାନ ରେକର୍ଡ କରାଯିବ।

Tags: