ବାଇଡେନଙ୍କ ପିଲାମାନଙ୍କ ପାଇଁ ସିକ୍ରେଟ୍ ସର୍ଭିସ୍ ସୁରକ୍ଷା ପ୍ରତ୍ୟାହାର କଲେ ଟ୍ରମ୍ପ୍
ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଡେମୋକ୍ରାଟ୍ ଜୋ ବାଇଡେନଙ୍କ ବୟସ୍କ ସନ୍ତାନମାନଙ୍କୁ ଦିଆଯାଇଥିବା ସିକ୍ରେଟ୍ ସର୍ଭିସ୍ ସୁରକ୍ଷାକୁ ତୁରନ୍ତ ଶେଷ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାଇଡେନ ଜାନୁଆରିରେ ପଦ ଛାଡ଼ିବାର କିଛି ସମୟ ପୂର୍ବରୁ ଏହାକୁ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ହଣ୍ଟର ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ୧୮ ଜଣ ଏଜେଣ୍ଟ ରହିବାକୁ ନେଇ ସୋସିଆଲ ମିଡିଆରେ ରିପବ୍ଲିକାନ ରାଷ୍ଟ୍ରପତି ଆପତ୍ତି ଉଠାଇଛନ୍ତି। […]
ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଡେମୋକ୍ରାଟ୍ ଜୋ ବାଇଡେନଙ୍କ ବୟସ୍କ ସନ୍ତାନମାନଙ୍କୁ ଦିଆଯାଇଥିବା ସିକ୍ରେଟ୍ ସର୍ଭିସ୍ ସୁରକ୍ଷାକୁ ତୁରନ୍ତ ଶେଷ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାଇଡେନ ଜାନୁଆରିରେ ପଦ ଛାଡ଼ିବାର କିଛି ସମୟ ପୂର୍ବରୁ ଏହାକୁ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ହଣ୍ଟର ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ୧୮ ଜଣ ଏଜେଣ୍ଟ ରହିବାକୁ ନେଇ ସୋସିଆଲ ମିଡିଆରେ ରିପବ୍ଲିକାନ ରାଷ୍ଟ୍ରପତି ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ ଆଶ୍ଲେ ବାଇଡେନଙ୍କ ପାଇଁ ୧୩ ଜଣ ସୁରକ୍ଷା ଏଜେଣ୍ଟଙ୍କୁ ନିୟୋଜିତ କରାଯାଇଛି ଏବଂ ତାଙ୍କୁ ମଧ୍ୟ ଏହି ତାଲିକାରୁ ହଟାଇ ଦିଆଯିବ। ଏ ନେଇ ପୂର୍ବତନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୂର୍ବତନ ରାଷ୍ଟ୍ରପତି ଓ ସେମାନଙ୍କ ପତ୍ନୀଙ୍କୁ ଫେଡେରାଲ ଆଇନ ଅନୁଯାୟୀ ଆଜୀବନ ସିକ୍ରେଟ୍ ସର୍ଭିସ୍ ସୁରକ୍ଷା ମିଳିଥାଏ, କିନ୍ତୁ ୧୬ ବର୍ଷରୁ ଅଧିକ ବୟସର ସେମାନଙ୍କ ପରିବାରକୁ ଦିଆଯାଇଥିବା ସୁରକ୍ଷା ସେମାନେ ପଦ ଛାଡିବା ପରେ ଶେଷ ହୋଇଯାଏ। କିନ୍ତୁ ବିଦାୟୀ ରାଷ୍ଟ୍ରପତିମାନେ ସେମାନଙ୍କ ପରିବାର ପାଇଁ ସୁରକ୍ଷା ବଢ଼ାଇପାରିବେ, ଯାହା ବାଇଡେନ ତାଙ୍କ ପିଲାମାନଙ୍କ ପାଇଁ କରିଥିଲେ ଏବଂ ଟ୍ରମ୍ପ ୨୦୨୧ରେ ପଦ ଛାଡ଼ିବା ପରେ ତାଙ୍କ ପରିବାର ପାଇଁ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜର୍ଜ ଡବ୍ଲୁ ବୁଶ ମଧ୍ୟ କିଛି ଦିନ ପାଇଁ ନିଜ ପରିବାରକୁ ସୁରକ୍ଷା ପ୍ରଦାନ କରିଥିଲେ।




