ବାଂଲାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବି : ମମତା

ନୂଆଦିଲ୍ଲୀ: ବାଂଲାଦେଶ ମାମଲାରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ମୁଁ ସମର୍ଥନ କରିବି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା ମଧ୍ୟ ରାଜ୍ୟବାସୀଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। କୌଣସି ପ୍ରକାର ଗୁଜବ‌ରେ ବିଶ୍ବାସ ନକରି ଶାନ୍ତି ରକ୍ଷା କରିବାପାଇଁ ମମତା ପରାମର୍ଶ ମଧ୍ୟ ଦେଇଛନ୍ତି । ମମତା କହିଛନ୍ତି ଏହା ୨ ରାଷ୍ଟ୍ରର ପ୍ରସଙ୍ଗ। କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ଆମେ ସମର୍ଥନ କରିବୁ। କୌଣସି […]

Samaya Live Picture
Published On

ନୂଆଦିଲ୍ଲୀ: ବାଂଲାଦେଶ ମାମଲାରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ମୁଁ ସମର୍ଥନ କରିବି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତା ମଧ୍ୟ ରାଜ୍ୟବାସୀଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। କୌଣସି ପ୍ରକାର ଗୁଜବ‌ରେ ବିଶ୍ବାସ ନକରି ଶାନ୍ତି ରକ୍ଷା କରିବାପାଇଁ ମମତା ପରାମର୍ଶ ମଧ୍ୟ ଦେଇଛନ୍ତି । ମମତା କହିଛନ୍ତି ଏହା ୨ ରାଷ୍ଟ୍ରର ପ୍ରସଙ୍ଗ। କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ଆମେ ସମର୍ଥନ କରିବୁ। କୌଣସି ଦଳ ଉକ୍ତ ବିଷୟକୁ ନେଇ ରାଜନୀତି ନକରିବା ପାଇଁ ମମତା ଅନୁରୋଧ କରିଛନ୍ତି। ‌ସେ କହିଛନ୍ତି, କିଛି ବିଜେପି ନେତା ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ‌ଦେବା ଆରମ୍ଭ କରିଛନ୍ତି। କିନ୍ତୁ ଉକ୍ତ ପ୍ରସଙ୍ଗକୁ ନେଇ କ‌ୌଣସି ରାଜନୈତିକ ଟିପ୍ପଣୀ ଦେବା ଅନୁଚିତ। ଉକ୍ତ ଘଟଣାକୁ କିଭଳି ମୁକାବିଲା କରାଯିବ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। କୌଣସି ବି ରାଜନୈତିକ ଦଳ ଉକ୍ତ ପ୍ରସଙ୍ଗରେ କୌଣସି ଟିପ୍ପଣୀ ନଦେବାପାଇଁ ସେ କହିଛନ୍ତି।

Tags: