ବାଂଲାଦେଶରୋ ହିନ୍ଦୁଙ୍କ ଉପରେ ଆକ୍ରମଣ ଯୋଗୁଁ ମହମ୍ମଦ ୟୁନୁସଙ୍କ ନୋବେଲ୍‌ ପୁରସ୍କାର ଫେରାଇ ନେବାକୁ ଦାବି

କୋଲକାତା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗ ସଂପ୍ରତି ନୋବେଲ୍‌ ପୁରସ୍କାର କମିଟି ନିକଟରେ ପହଞ୍ଚିଛି। ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ବ ନେଉଥିବା ମହମ୍ମଦ ୟୁନୁସ୍‌ଙ୍କୁ ଦିଆଯାଇଥିବା ନୋବେଲ୍‌ ଶାନ୍ତି ପୁରସ୍କାରର ପୁନଃ ପର୍ଯ୍ୟାଲୋଚନା କରିବାକୁ ପଶ୍ଚିମବଙ୍ଗର ବିଜେପି ସାଂସଦ ନୋବେଲ୍‌ ପୁରସ୍କାର କମିଟିକୁ ଚିଠି ଲେଖିଛନ୍ତି। ସାଂସଦ ଜ୍ୟୋତିର୍ମୟ ସିଂହ ମହାତୋ ନରେୱେ ସ୍ଥିତ ନୋବେଲ୍‌ କମିଟିକୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଇଛନ୍ତି, ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବରେ ବାଂଲାଦେଶରେ ସଂଖ୍ୟାଲଘୁ […]

Samaya Live Picture
Published On

କୋଲକାତା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗ ସଂପ୍ରତି ନୋବେଲ୍‌ ପୁରସ୍କାର କମିଟି ନିକଟରେ ପହଞ୍ଚିଛି। ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ବ ନେଉଥିବା ମହମ୍ମଦ ୟୁନୁସ୍‌ଙ୍କୁ ଦିଆଯାଇଥିବା ନୋବେଲ୍‌ ଶାନ୍ତି ପୁରସ୍କାରର ପୁନଃ ପର୍ଯ୍ୟାଲୋଚନା କରିବାକୁ ପଶ୍ଚିମବଙ୍ଗର ବିଜେପି ସାଂସଦ ନୋବେଲ୍‌ ପୁରସ୍କାର କମିଟିକୁ ଚିଠି ଲେଖିଛନ୍ତି। ସାଂସଦ ଜ୍ୟୋତିର୍ମୟ ସିଂହ ମହାତୋ ନରେୱେ ସ୍ଥିତ ନୋବେଲ୍‌ କମିଟିକୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଇଛନ୍ତି, ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତି ବର୍ବର ଅତ୍ୟାଚାର ଚାଲିଛି। ସରକାରୀ କଳ ଏଥିରେ ସିଧାସଳଖ ସଂପୃକ୍ତ ରହିଛି। ନୋବେଲ୍‌ ପୁରସ୍କାର ପାଇଥିବା ଜଣେ ବ୍ୟକ୍ତି ଉପରେ ବର୍ତ୍ତମାନ ହିଂସା ଓ ଅବିଚାରର ଛିଟା ଲାଗିଛି। ମହମ୍ମଦ ୟୁନୁସ୍‌ ହେଉଛନ୍ତି ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନାର ମାଷ୍ଟର ମାଇଣ୍ଡ। ନିଜର ବିଫଳତାକୁ ଘୋଡ଼ାଇବାକୁ ସେ ଭାରତ ବିରୋଧୀ ବକ୍ତବ୍ୟ ଦେଉଛନ୍ତି। ଏଭଳି କାର୍ଯ୍ୟ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାରର ବିପରୀତ। ଏଣୁ ତାଙ୍କୁ ଦିଆଯାଇଥିବା ନୋବେଲ୍‌ ପୁରସ୍କାର ଫେରାଇ ନିଆଯିବାକୁ ବିଜେପି ସାଂସଦ ଦାବି କରିଛନ୍ତି।

Tags: