ବାଂଲାଦେଶରେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ପରେ ଭୟରେ ଚାକିରି ଛାଡ଼ିଲେ ୫୦ଜଣ

ଢାକା: ବାଂଲାଦେଶରେ ଶେଖ ହସିନା ସରକାରର ପତନ ପରେ ଏବେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅକଥନୀୟ ଅତ୍ୟଚାର ଜାରି ରହିଛି। ଏବେ ଇସ୍‌ଲାମିକ ଚରମପନ୍ଥୀମାନେ ବାଂଲାଦେଶର ହିନ୍ଦୁ ଶିକ୍ଷୟିତ୍ରୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ବହୁ ସଂଖ୍ୟକ ଶିକ୍ଷକ ସେମାନଙ୍କ ସରକାରୀ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବା ବେଳେ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ ଚାକିରି ଛାଡିବାକୁ ବାଧ୍ୟ ହୋଇଛନ୍ତି । ଦେଶବ୍ୟାପୀ ହିନ୍ଦୁ ଶିକ୍ଷୟିତ୍ରୀମାନଙ୍କୁ ଏଭଳି ଟାର୍ଗେଟ୍‌ କରାଯିବା […]

Samaya Live Picture
Published On

ଢାକା: ବାଂଲାଦେଶରେ ଶେଖ ହସିନା ସରକାରର ପତନ ପରେ ଏବେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅକଥନୀୟ ଅତ୍ୟଚାର ଜାରି ରହିଛି। ଏବେ ଇସ୍‌ଲାମିକ ଚରମପନ୍ଥୀମାନେ ବାଂଲାଦେଶର ହିନ୍ଦୁ ଶିକ୍ଷୟିତ୍ରୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ବହୁ ସଂଖ୍ୟକ ଶିକ୍ଷକ ସେମାନଙ୍କ ସରକାରୀ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚାଲିଥିବା ବେଳେ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ ଚାକିରି ଛାଡିବାକୁ ବାଧ୍ୟ ହୋଇଛନ୍ତି । ଦେଶବ୍ୟାପୀ ହିନ୍ଦୁ ଶିକ୍ଷୟିତ୍ରୀମାନଙ୍କୁ ଏଭଳି ଟାର୍ଗେଟ୍‌ କରାଯିବା ଘୋର ଉଦ୍‌ବେଗର କାରଣ ପାଲଟିଛି। ବରିଶାଲର ବେକରଗଞ୍ଜ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ରାଣୀ ହଲଦାରଙ୍କୁ ମଧ୍ୟ ନିକଟରେ ଇସ୍ତଫା ଦେବାକୁ ପଡ଼ିଛି। ଅଗଷ୍ଟ ୨୯ ତାରିଖରେ ତାଙ୍କ ଇସ୍ତଫା ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ତାଙ୍କ ବାସଭବନରେ ପହଞ୍ଚିବା ପରେ ସେ ଭୟରେ ଇସ୍ତଫା ଦେଇଥିଲେ। ହିନ୍ଦୁ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ପ୍ରଶାସକମାନେ ଇସ୍ତଫା ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କ ବାସଭବନକୁ ଟାର୍ଗେଟ୍‌ କରାଯାଉଥିବାରୁ ଚିନ୍ତା ବଢ଼ିଛି। ବାଂଲାଦେଶ ସଂଖ୍ୟାଲଘୁ ପରିଷଦର ଛାତ୍ର ଶାଖା ପକ୍ଷରୁ ଏଭଳି ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଇସ୍‌ଲାମିକ ଚରମପନ୍ଥୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଥିବାରୁ ଅନ୍ତର୍ଜାତୀୟ ସମୁଦାୟ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଛାତ୍ର ପରିଷଦ ଦାବି କରିଛି।

Tags: