ବାଂଲାଦେଶରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ହିନ୍ଦୁ, ଆକ୍ରମଣ ବିରୋଧରେ ଉଠାଇଲେ ସ୍ୱର
ନୂଆଦିଲ୍ଲୀ : ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ବଢ଼ିଛି। ଏହାର ପ୍ରତିବାଦରେ ଶନିବାର ଲକ୍ଷ ଲକ୍ଷ ହିନ୍ଦୁ ଢାକା ଓ ଚିଟ୍ଟାଗଙ୍ଗରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦% ଆସନ ସଂରକ୍ଷଣ […]
ନୂଆଦିଲ୍ଲୀ : ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିବା ପରେ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ବଢ଼ିଛି। ଏହାର ପ୍ରତିବାଦରେ ଶନିବାର ଲକ୍ଷ ଲକ୍ଷ ହିନ୍ଦୁ ଢାକା ଓ ଚିଟ୍ଟାଗଙ୍ଗରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦% ଆସନ ସଂରକ୍ଷଣ ଓ ଏକ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା ସମେତ ଅନ୍ୟାନ୍ୟ ଦାବି ରଖି ଗତକାଲି ହିନ୍ଦୁମାନେ ଢାକାର ଶାହବାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜାର ମୁସଲିମ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଫଳରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା। ସେହିପରି ଚିଟ୍ଟାଗଙ୍ଗରେ ଲକ୍ଷାଧିକ ହିନ୍ଦୁ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁହାଯାଉଛି, ଏହି ଦୁଇ ସ୍ଥାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ୭ ଲକ୍ଷରୁ ଅଧିକ ଲୋକ ଜମା ହୋଇଥିଲେ। ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ। ଏହା ଘୃଣ୍ୟ କାର୍ଯ୍ୟ ବୋଲି ସେ କହିଛନ୍ତି।




