ବାଂଲାଦେଶରେ ବର୍ବରତା , ପ୍ରଡ୍ୟୁସର ଏବଂ ପୁଅକୁ ପିଟି ପିଟି ହତ୍ୟା

ଢାକା : ବାଂଲାଦେଶରେ ହିଂସା ବଢ଼ିବାରେ ଲାଗିଛି। ଦଙ୍ଗାକାରୀ ରକ୍ତମୁଖା ହେବା ସହ ବିଚ୍‌ ରାସ୍ତାରେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜୀବନ ନେଇ ଯାଉଛନ୍ତି । ଶତାଧିକ ବିକ୍ଷୋଭକାରୀ ବାଂଲାଦେଶର ଜଣେ ଫିଲ୍ମ ପ୍ରଡ୍ୟୁସର ସଲିମ ଖାନ ଓ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ବିକ୍ଷୋଭକାରୀଙ୍କ ଦ୍ୱାରା ଆକ୍ରମଣର ଆଶଙ୍କା କରି ଗତ ସୋମବାର ସଲିମ ଓ ପୁଅ ଶାନ୍ତୋ ଜୀବନ ବଞ୍ଚାଇବାକୁ ନିଜ ଘରୁ ଦୌଡ଼ି ପଳାଉଥିଲେ। […]

Samaya Live Picture
Published On

ଢାକା : ବାଂଲାଦେଶରେ ହିଂସା ବଢ଼ିବାରେ ଲାଗିଛି। ଦଙ୍ଗାକାରୀ ରକ୍ତମୁଖା ହେବା ସହ ବିଚ୍‌ ରାସ୍ତାରେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜୀବନ ନେଇ ଯାଉଛନ୍ତି । ଶତାଧିକ ବିକ୍ଷୋଭକାରୀ ବାଂଲାଦେଶର ଜଣେ ଫିଲ୍ମ ପ୍ରଡ୍ୟୁସର ସଲିମ ଖାନ ଓ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ବିକ୍ଷୋଭକାରୀଙ୍କ ଦ୍ୱାରା ଆକ୍ରମଣର ଆଶଙ୍କା କରି ଗତ ସୋମବାର ସଲିମ ଓ ପୁଅ ଶାନ୍ତୋ ଜୀବନ ବଞ୍ଚାଇବାକୁ ନିଜ ଘରୁ ଦୌଡ଼ି ପଳାଉଥିଲେ। ଉକ୍ତ ସମୟରେ ଫରକ୍କାବାଦରେ ବିକ୍ଷୋଭକାରୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ସେଠାରେ ସେମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରି ଖସି ପଳାଇଥିଲେ। ମାତ୍ର କିଛି ବାଟ ଯିବା ପରେ ବଗରା ବଜାରରେ ଶତାଧିକ ବିକ୍ଷୋଭକାରୀ ଉଭୟଙ୍କୁ ଘେରି ଯାଇଥିଲେ। ଏହାପରେ ପିଟି ପିଟି ଉଭୟ ବାପପୁଅଙ୍କ ହତ୍ୟା କରିଥିଲେ। ଏହି ଘଟଣା ନେଇ ଚାନ୍ଦପୁର ସଦର ମଡେଲ ଥାନା ଅଧିକାରୀ କହିଛନ୍ତି, ଉକ୍ତ ବାପପୁଅଙ୍କ ହତ୍ୟା କରାଯାଇଥିବା ନେଇ ଆମେ ସୂଚନା ପାଇଛୁ।

Tags: