ବାଂଲାଦେଶରେ ପ୍ରସିଦ୍ଧ ଗାୟକଙ୍କ ଘର ଜାଳି ଦେଲେ
ଢାକା : ବାଂଲାଦେଶରେ ହିଂସା ଥମୁନି। ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବା ପରେ ବି ଶାନ୍ତ ହେଉ ନାହାନ୍ତି ବିକ୍ଷୋଭକାରୀ। ସେମାନେ ଏବେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ବଢ଼ି ଚାଲିଛି ଆକ୍ରମଣ। ଇତି ମଧ୍ୟରେ ବାଂଲାଦେଶର ଜଣେ ପ୍ରସିଦ୍ଧ ଗାୟକ ତଥା ହିନ୍ଦୁ ସିଙ୍ଗରଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ମଙ୍ଗଳବାର ବିକ୍ଷୋଭକାରୀମାନେ ବାଂଲାଦେଶର ପ୍ରସିଦ୍ଧ ଲୋକ ଗାୟକ ରାହୁଲ ଆନନ୍ଦଙ୍କ ଘରେ ଲୁଟ୍ପାଟ୍ କରିବା […]
ଢାକା : ବାଂଲାଦେଶରେ ହିଂସା ଥମୁନି। ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବା ପରେ ବି ଶାନ୍ତ ହେଉ ନାହାନ୍ତି ବିକ୍ଷୋଭକାରୀ। ସେମାନେ ଏବେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ବଢ଼ି ଚାଲିଛି ଆକ୍ରମଣ। ଇତି ମଧ୍ୟରେ ବାଂଲାଦେଶର ଜଣେ ପ୍ରସିଦ୍ଧ ଗାୟକ ତଥା ହିନ୍ଦୁ ସିଙ୍ଗରଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ମଙ୍ଗଳବାର ବିକ୍ଷୋଭକାରୀମାନେ ବାଂଲାଦେଶର ପ୍ରସିଦ୍ଧ ଲୋକ ଗାୟକ ରାହୁଲ ଆନନ୍ଦଙ୍କ ଘରେ ଲୁଟ୍ପାଟ୍ କରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ତାଙ୍କର ୧୪୦ ବର୍ଷ ପୁରୁଣା ଐତିହାସିକ ଘର ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାୟକ ରାହୁଲ ଆନନ୍ଦ ଓ ତାଙ୍କ ପରିବାର। ଆକ୍ରମଣ ପୂର୍ବରୁ ହିଁ ସେ ନିଜ ପରିବାର ସହ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।




