ବହୁଳ ସଂଖ୍ୟାରେ ମତଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ : ପ୍ରତ୍ୟେକଟି ସ୍ବର ଗୁରୁତ୍ବପୂର୍ଣ୍ଣ
ନୂଆଦିଲ୍ଲୀ : ଆଜି ସକାଳୁ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଜନସାଧାରଣଙ୍କୁ ଏବଂ ବିଶେଷ କରି ଯୁବବର୍ଗ ଏବଂ ପ୍ରଥମ ଥର ଭୋଟରଙ୍କୁ ବହୁଳ ସଂଖ୍ୟାରେ ମତଦାନ ପାଇଁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ଏକ୍ସରେ ୭ଟି ଭାଷା ତଥା ଇଂରାଜୀ, ହିନ୍ଦୀ, ତାମିଲ, ମରାଠି, ବଙ୍ଗାଳି ଏବଂ ଅହମିୟା ଭାଷାରେ ପୋଷ୍ଟ୍ କରିଛନ୍ତି। ମୋଦୀ କହିଛନ୍ତି, ନିର୍ବାଚନରେ […]
ନୂଆଦିଲ୍ଲୀ : ଆଜି ସକାଳୁ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଜନସାଧାରଣଙ୍କୁ ଏବଂ ବିଶେଷ କରି ଯୁବବର୍ଗ ଏବଂ ପ୍ରଥମ ଥର ଭୋଟରଙ୍କୁ ବହୁଳ ସଂଖ୍ୟାରେ ମତଦାନ ପାଇଁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ଏକ୍ସରେ ୭ଟି ଭାଷା ତଥା ଇଂରାଜୀ, ହିନ୍ଦୀ, ତାମିଲ, ମରାଠି, ବଙ୍ଗାଳି ଏବଂ ଅହମିୟା ଭାଷାରେ ପୋଷ୍ଟ୍ କରିଛନ୍ତି। ମୋଦୀ କହିଛନ୍ତି, ନିର୍ବାଚନରେ ପ୍ରତିଟି ଭୋଟ୍ ଏବଂ ପ୍ରତିଟି ସ୍ବର ବେଶ୍ ଗୁରୁତ୍ବପୂର୍ଣ୍ଣ। ରେକର୍ଡ ସଂଖ୍ୟାରେ ମତଦାନ ପାଇଁ ମୋଦୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି। ଏପ୍ରିଲ ୧୯ ତାରିଖରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଜୁନ୍ ୧ ତାରିଖରେ ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ଭୋଟ୍ ଶେଷ ହେବ। ଜୁନ୍ ୪ ତାରିଖରେ ନିର୍ବା୍ଚନ ଫଳାଫଳ ଆସିବ।




