ବହୁତଳ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ,୬ ମୃତ
ତେଲେଙ୍ଗାନା : ଗୁରୁବାର ରାତିରେ ସିକନ୍ଦରାବାଦ ସ୍ଥିତ ଏକ ବହୁତଳ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି I ଗତ କାଲି ରାତି ପ୍ରାୟ ୮ଟା ସମୟରେ ଆପାର୍ଟମେଣ୍ଟ ର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା I ଏଥିରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି I ଏହି ଅଗ୍ନିକାଣ୍ଡରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି […]
ତେଲେଙ୍ଗାନା : ଗୁରୁବାର ରାତିରେ ସିକନ୍ଦରାବାଦ ସ୍ଥିତ ଏକ ବହୁତଳ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି I ଗତ କାଲି ରାତି ପ୍ରାୟ ୮ଟା ସମୟରେ ଆପାର୍ଟମେଣ୍ଟ ର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା I ଏଥିରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି I ଏହି ଅଗ୍ନିକାଣ୍ଡରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି I
ଉକ୍ତ ଆପାର୍ଟମେଣ୍ଟର ବହୁ ଅଫିସ ଥିବା ବେଳେ ବିଭିନ୍ନ ଫ୍ଲାଟରେ ଲୋକେ ରହୁଥିବା ବି ଜଣାଯାଇଛି। ବିଲ୍ଡିଂର ତୃତୀୟ ମହଲାରୁ ଲାଗିଥିବା ନିଆଁ କ୍ରମଶଃ ଉପରକୁ ଉଠିବାକୁ ଲାଗିଲା।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିନିମନ୍ତେ ୧୦ଟି ଦମକଳ ଗାଡ଼ିକୁ ବ୍ୟବହାର କରାଯାଇଥିଲା। ମୃତକ ମାନଙ୍କ ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ସେହି ଆପର୍ଟମେଣ୍ଟର କର୍ମଚାରୀ ବୋଲି ଜଣା ପଡିଛି I ସେମାନେ ୱାରଙ୍ଗାଲ, ମହାବାବାଦ୍, ଏବଂ କାମାମ ଜିଲ୍ଲାରୁ ଆସି ଉକ୍ତ ଆପାର୍ଟମେଣ୍ଟରେ ଥିବା ଏକ ଅଫିସରେ କାମ କରୁଥିଲେ। ନିଆଁ ଲାଗିବା ସମୟରେ ସେମାନେ କାମ କରୁଥିବା ବେଳେ ଆଉ ବାହାରି ପାରିନ ଥିଲେ। ଅଣନିଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବେ ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି।। ଅଗ୍ନିକାଣ୍ଡ ସ୍ଥଳରୁ ୪ ଘଣ୍ଟା ଧରି ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାୟ ୧୨ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ସୁରକ୍ଷିତ ଥିବା ଜଣାଯାଇଛି।




