ବସ ଟ୍ରକ ମୁହାଁ-ମୁହିଁ ଧକ୍କା,୧୭ ମୃତ ୧୫ ଉର୍ଧ୍ଵ ଆହତ
ତେଲେଙ୍ଗାନା : ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୋମବାର ସକାଳେ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାପୁରରେ ଚେଭେଲା ମଣ୍ଡଳର ଖାନପୁର ଗେଟ୍ ନିକଟରେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TGRTC)ର ଏକ ଟ୍ରକ ଭୁଲ ଦିଗରେ ଆସି ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ୭୦ ଯାତ୍ରୀଙ୍କୁ ନେଇ […]
ତେଲେଙ୍ଗାନା : ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୋମବାର ସକାଳେ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାପୁରରେ ଚେଭେଲା ମଣ୍ଡଳର ଖାନପୁର ଗେଟ୍ ନିକଟରେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TGRTC)ର ଏକ ଟ୍ରକ ଭୁଲ ଦିଗରେ ଆସି ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ୭୦ ଯାତ୍ରୀଙ୍କୁ ନେଇ ତନ୍ଦୁର ଡିପୋର୍ ବସ୍ଟି ହାଇଦ୍ରାବାଦ ଯାଉଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସର ଆଗପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଚେଭେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି। ତେବେ ମୃତ୍ୟୁ ସଂଖ୍ୟ ଆହୁରି ବଢିବା ଆଶଙ୍କା କରାଯାଉଛି ।
ଏହି ଘଟଣାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ .ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ତୁରନ୍ତ ହାଇଦ୍ରାବାଦ ସ୍ଥାନାନ୍ତର କରିବା ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ତେଲେଙ୍ଗାନା ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ସଡକ ଦୁର୍ଘଟଣାରେ ମୃତକଙ୍କ ପାଇଁ ଗଭୀର ଶୋକପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ତତ୍କାଳ ଉଦ୍ଧାର କାର୍ଯ୍ୟ କରିବା ଏବଂ ଆହତଙ୍କୁ ଚିକିତ୍ସା ପାଇଁ ସମସ୍ତ ସୁବିଧା ଦେବାକୁ କହିଛନ୍ତି ।




