ବସ-କାର ମୁହାଁ ମୁହିଁ ଧକ୍କା ,୧୧ ମୃତ
ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବେତୁଲ ଜିଲ୍ଲାର ଜାଲାର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବସ୍ ଏବଂ ଟ୍ରାଭେରା କାର ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି,ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସମ୍ପର୍କରେ ବେତୁଲ ଏସପି […]
ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବେତୁଲ ଜିଲ୍ଲାର ଜାଲାର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବସ୍ ଏବଂ ଟ୍ରାଭେରା କାର ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି,ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସମ୍ପର୍କରେ ବେତୁଲ ଏସପି ସିମଲା ପ୍ରସାଦ ସୂଚନା ଦେଇଛନ୍ତି ।
ବେତୁଲ ପୋଲିସର ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର ଦୂରରେ ଥିବା ଭେନ୍ସଦେହି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତି ପ୍ରାୟ ୨ ଟା ବେଳେ ଘଟିଥିବା ଦୁର୍ଘଟଣାରେ ୬ ଜଣ ପୁରୁଷ, ୩ ଜଣ ମହିଳା, ଜଣେ ପାଞ୍ଚ ବର୍ଷର ବାଳିକା ଏବଂ ଗୋଟିଏ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ପୋଲିସର ସୂଚନାନୁସାରେ, ମୃତକ ମାନେ ଶ୍ରମିକ ଥିଲେ । ଏମାନେ ପଡୋଶୀ ମହାରାଷ୍ଟ୍ରର ଅମ୍ରାବତୀରୁ ନିଜ ଘରକୁ ଫେରୁଥିଲେ । ଏହି ଦୁର୍ଘଟଣା ଏତେ ଗୁରୁତର ଯେ କିଛି ପୀଡିତଙ୍କ ମୃତଦେହକୁ ଗ୍ୟାସ କଟର ସାହାଯ୍ୟରେ କ୍ଷତିଗ୍ରସ୍ତ କାର୍ରୁ ବାହାର କରିବାକୁ ପଡିଛି । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।




