ବସ୍ ଦୁର୍ଘଟଣାରେ ୪ କର୍ଣ୍ଣାଯକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଯାତ୍ରା କରୁଥିବା କେଏସଆରଟିସି ବସ୍ ଏକ ପରିବା ବୋଝେଇ ଟ୍ରକ୍ ଏବଂ ଅନ୍ୟ ଏକ ଭାରୀ ଯାନ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଅଧିକାଂଶ ମୃତକ କୋଲାର୍ର। ସେମାନେ ଚେନ୍ନାଇ ନିକଟସ୍ଥ ଏକ ମନ୍ଦିରରେ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ବାଟରେ ଦୁର୍ଘଟଣା ହୋଇଥିଲା। ବସ୍ରେ ମୋଟ୍ ୫୫ ଜଣ […]
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଯାତ୍ରା କରୁଥିବା କେଏସଆରଟିସି ବସ୍ ଏକ ପରିବା ବୋଝେଇ ଟ୍ରକ୍ ଏବଂ ଅନ୍ୟ ଏକ ଭାରୀ ଯାନ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଅଧିକାଂଶ ମୃତକ କୋଲାର୍ର। ସେମାନେ ଚେନ୍ନାଇ ନିକଟସ୍ଥ ଏକ ମନ୍ଦିରରେ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ବାଟରେ ଦୁର୍ଘଟଣା ହୋଇଥିଲା। ବସ୍ରେ ମୋଟ୍ ୫୫ ଜଣ ଯାତ୍ରୀ ଥିଲେ। ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି।




