ବସନଗୌଡ଼ା ପାଟିଲଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କଲା ବିଜେପି

ବେଙ୍ଗାଲୁରୁ  : ବିଜେପି ବୁଧବାର କର୍ଣ୍ଣାଟକ ବିଧାୟକ ବସନଗୌଡ଼ା ପାଟିଲ ୟତନଲଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରିଛି। ଦଳୀୟ ଶୃଙ୍ଖଳାକୁ ବାରମ୍ବାର ଉଲ୍ଲଂଘନ କରି ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଦଳ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳର କେନ୍ଦ୍ରୀୟ ଶୃଙ୍ଖଳାଗତ କମିଟି ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ବାରମ୍ବାର ସଚେତନ କରାଇବା ସତ୍ତ୍ବେ ବସନଗୌଡ଼ା ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତେଣୁ ଦଳ ତାଙ୍କୁ […]

Samaya Live Picture
Published On

ବେଙ୍ଗାଲୁରୁ  : ବିଜେପି ବୁଧବାର କର୍ଣ୍ଣାଟକ ବିଧାୟକ ବସନଗୌଡ଼ା ପାଟିଲ ୟତନଲଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରିଛି। ଦଳୀୟ ଶୃଙ୍ଖଳାକୁ ବାରମ୍ବାର ଉଲ୍ଲଂଘନ କରି ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଦଳ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳର କେନ୍ଦ୍ରୀୟ ଶୃଙ୍ଖଳାଗତ କମିଟି ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ବାରମ୍ବାର ସଚେତନ କରାଇବା ସତ୍ତ୍ବେ ବସନଗୌଡ଼ା ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତେଣୁ ଦଳ ତାଙ୍କୁ ନିଲମ୍ବନ କରିଛି। ବିଜେପି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଏବଂ ସମସ୍ତ ଦଳୀୟ ପଦବିରୁ ବହିଷ୍କାର କରିଥିବା ‌ଘୋଷଣା କରିଛି। ତେବେ ବସନଗୌଡ଼ା ନିଲମ୍ବିତ ହେବାପରେ କହିଛନ୍ତି, ମତେ ନିଲମ୍ବନ କଲେ ମଧ୍ୟ ମୁଁ ଦୁର୍ନୀତି ଏବଂ ପାରିବାରିକ ରାଜନୀତି ବିରୋଧରେ ଲ‌ଢ଼ିବା ବନ୍ଦ କରିବି ନାହିଁ।

Tags: