ବଲୁଚିସ୍ତାନରେ ବୋମା ବିସ୍ଫୋରଣ, ୮ ମୃତ

କ୍ବେଟା: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆଜି ଦୁଇଟି ପୃଥକ କାର୍‌ ବୋମା ବିସ୍ଫୋରଣରେ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ କିଛି ଘଣ୍ଟା ବ୍ୟବଧାନରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଘଟିଛି। ପ୍ରଥମ ବିସ୍ଫୋରଣ ତୁର୍ବତ ଜିଲ୍ଲାରେ ହୋଇଥିଲା। ଜଣେ ଆତ୍ମଘାତୀ ଆତଙ୍କୀ ବିସ୍ଫୋରକ ବୋଝେଇ ଗାଡ଼ି ନେଇ ସୁରକ୍ଷା ବାହିନୀ କନ୍‌ଭୟ ଉପରେ ଆକ୍ରମଣ କରିଥିଲା। । ଏଥିରେ ୨ […]

ବଲୁଚିସ୍ତାନରେ ବୋମା ବିସ୍ଫୋରଣ, ୮ ମୃତ
Samaya Live Picture
Published On

କ୍ବେଟା: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆଜି ଦୁଇଟି ପୃଥକ କାର୍‌ ବୋମା ବିସ୍ଫୋରଣରେ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ କିଛି ଘଣ୍ଟା ବ୍ୟବଧାନରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଘଟିଛି। ପ୍ରଥମ ବିସ୍ଫୋରଣ ତୁର୍ବତ ଜିଲ୍ଲାରେ ହୋଇଥିଲା। ଜଣେ ଆତ୍ମଘାତୀ ଆତଙ୍କୀ ବିସ୍ଫୋରକ ବୋଝେଇ ଗାଡ଼ି ନେଇ ସୁରକ୍ଷା ବାହିନୀ କନ୍‌ଭୟ ଉପରେ ଆକ୍ରମଣ କରିଥିଲା। । ଏଥିରେ ୨ ଜଣ ସୁରକ୍ଷା କର୍ମୀ ନିହତ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିଲେ । ଏହାର କିଛି ଘଣ୍ଟା ପରେ ଚମନ ସହରରେ ଆଫଗାନିସ୍ତାନ ସୀମା ନିକଟରେ ଆଉ ଏକ କାର୍‌ ବୋମା ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସେନା ପକ୍ଷରୁ ଏହି ଆକ୍ରମଣ ସଂପର୍କରେ ସୂଚନା ଦିଆଯାଇଛି। କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ପାକିସ୍ତାନୀ ତାଲିବାନ କିମ୍ବା ବଲୋଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

Tags: