ବଲିଭିଆରେ ଦୁଇ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା, ୩୭ ମୃତ

ଉୟୁନି :  ବଲିଭିଆର ପଶ୍ଚିମ ପୋଟୋସି ଅଞ୍ଚଳରେ ଦୁଇଟି ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩୭ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୯ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି, ଶନିବାର, ପୂର୍ବାହ୍‌ଣ ୭ଟା (ସ୍ଥାନୀୟ ସମୟ)ରେ ଉୟୁନି ଓ କୋଲଚାନି ସହରକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଥିଲା। ପୋଟୋସି ପୁଲିସ କମାଣ୍ଡ ବିଭାଗର ମୁଖପାତ୍ରଙ୍କ ସୂଚନାନୁସାରେ, ଗୋଟିଏ ବସ୍‌ ଉୟୁନି (ବିଶ୍ବର ସର୍ବବୃହତ୍‌ ଲୁଣି ହ୍ରଦ)କୁ ପର୍ଯ୍ୟଟକଙ୍କୁ ନେଇଯାଉଥିଲା। ଓରୁରୋ ଠାରେ ଅନୁଷ୍ଠିତ ହେଉଥିବା ଲାଟିନ୍‌ ଆମେରିକାର […]

Samaya Live Picture
Published On

ଉୟୁନି :  ବଲିଭିଆର ପଶ୍ଚିମ ପୋଟୋସି ଅଞ୍ଚଳରେ ଦୁଇଟି ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩୭ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୯ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି, ଶନିବାର, ପୂର୍ବାହ୍‌ଣ ୭ଟା (ସ୍ଥାନୀୟ ସମୟ)ରେ ଉୟୁନି ଓ କୋଲଚାନି ସହରକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଥିଲା। ପୋଟୋସି ପୁଲିସ କମାଣ୍ଡ ବିଭାଗର ମୁଖପାତ୍ରଙ୍କ ସୂଚନାନୁସାରେ, ଗୋଟିଏ ବସ୍‌ ଉୟୁନି (ବିଶ୍ବର ସର୍ବବୃହତ୍‌ ଲୁଣି ହ୍ରଦ)କୁ ପର୍ଯ୍ୟଟକଙ୍କୁ ନେଇଯାଉଥିଲା। ଓରୁରୋ ଠାରେ ଅନୁଷ୍ଠିତ ହେଉଥିବା ଲାଟିନ୍‌ ଆମେରିକାର ସର୍ବବୃହତ୍‌ ରାତ୍ରୀ ଉତ୍ସବ ନିମନ୍ତେ ଲୋକଙ୍କୁ ନେଇ ଅନ୍ୟ ଏକ ବସ୍‌ ଯାଉଥିଲା। ଦୁଇଟି ବସ୍‌ ଗୋଟିଏ ଲେନ୍‌ରେ ଚାଲିଆସିବାରୁ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩୭ଜଣଙ୍କ ମୃତ୍ୟୁ ଘଟିଛି ଓ ୩୯ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତାହତଙ୍କୁ ଚିହ୍ନଟ ପ୍ରକ୍ରିୟା ସମ୍ପ୍ରତି ଜାରି ରହିଛି ବୋଲି ପୁଲିସ ମୁଖପାତ୍ର କହିଛନ୍ତି।

Tags: