ବର୍ଷାରେ ବେଙ୍ଗାଲୁରୁ ବେହାଲ, ଏପ୍ରିଲରୁ ଏଯାବତ ୫୨ ଜଣଙ୍କ ମୃତ୍ୟୁ ହେଲାଣି

ବେଙ୍ଗାଲୁରୁ : ମୌସୁମୀ ଆସିବା ପୂର୍ବରୁ ବେଙ୍ଗାଲୁରୁରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଦିଲ୍ଲୀ ଏବଂ ଉତ୍ତର ଭାରତରେ ଅନ୍ୟ ସହର ଗୁଡ଼ିକ ଡହ ଡହ ଖରାରେ ସିଝୁଥିବାବେଳେ ବେଙ୍ଗାଲୁରୁ ସହର ବର୍ଷାରେ ବେହାଲ ହୋଇଯାଇଛି। ସାରା ସହର ଜଳରେ ବୁଡ଼ି ରହିଛି। ଲୋକ ସାଂଘାତିକ ସମସ୍ୟା ଭୋଗୁଛନ୍ତି। ଅଦିନିଆ‌ ବର୍ଷା ପାଇଁ ବେଙ୍ଗାଲୁରୁ‌ରେ ଏପ୍ରିଲରୁ ଏଯାବତ ୫୨ ଜଣଙ୍କ ମୃତ୍ୟୁ ‌ହେଲାଣି। ସହରାଞ୍ଚଳ ଭିତ୍ତିଭୂମି ଏବଂ କୃଷି ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ‌ହୋଇଛି। ମଙ୍ଗଳବାର […]

Samaya Live Picture
Published On

ବେଙ୍ଗାଲୁରୁ : ମୌସୁମୀ ଆସିବା ପୂର୍ବରୁ ବେଙ୍ଗାଲୁରୁରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଦିଲ୍ଲୀ ଏବଂ ଉତ୍ତର ଭାରତରେ ଅନ୍ୟ ସହର ଗୁଡ଼ିକ ଡହ ଡହ ଖରାରେ ସିଝୁଥିବାବେଳେ ବେଙ୍ଗାଲୁରୁ ସହର ବର୍ଷାରେ ବେହାଲ ହୋଇଯାଇଛି। ସାରା ସହର ଜଳରେ ବୁଡ଼ି ରହିଛି। ଲୋକ ସାଂଘାତିକ ସମସ୍ୟା ଭୋଗୁଛନ୍ତି। ଅଦିନିଆ‌ ବର୍ଷା ପାଇଁ ବେଙ୍ଗାଲୁରୁ‌ରେ ଏପ୍ରିଲରୁ ଏଯାବତ ୫୨ ଜଣଙ୍କ ମୃତ୍ୟୁ ‌ହେଲାଣି। ସହରାଞ୍ଚଳ ଭିତ୍ତିଭୂମି ଏବଂ କୃଷି ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ‌ହୋଇଛି। ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ପ୍ରବଳ ପବନ ସହ ବର୍ଷା ‌‌ହୋଇଛି। କର୍ତ୍ତୃପକ୍ଷମାନେ ଏକ ଅସ୍ଥାୟୀ ମନସୁନ କଣ୍ଟ୍ରୋଲ ରୁମ୍‌ ସ୍ଥାପନ ପାଇଁ ଯୋଜନା କରିଛନ୍ତି। ବର୍ଷା ଯୋଗୁଁ ପୁରୁଣା ମହୀଶୁର ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବିପର୍ଯ୍ୟୟ ପରିଚାଳନା ପାଇଁ ସବୁ ଜିଲ୍ଲା ‌ଡିସିଙ୍କ ସହ ଏକ ବୈଠକ କରିଛନ୍ତି। ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍‌ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Tags: