ବର୍ବରତାର ସୀମା ଟପିଲେ, ୪୦ ଶିଶୁଙ୍କ ମୁଣ୍ଡକାଟ
ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ଇସ୍ରାଏଲ୍ ବୋମାବର୍ଷା ପାଇଁ ୨୬୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଗାଜାରେ ୨୬୩,୯୩୪ ଲୋକ ସେମାନଙ୍କ ଘର ଛାଡ଼ି ଦେଇଥିବା ବିଶ୍ବାସ କରାଯାଉଛି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୫୫ ଜଣଙ୍କର ମୃତ୍ୟୁ ହେଲାଣି। ଏଥି ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି। ଅନ୍ୟପକ୍ଷେ ହମାସମାନେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି। ଗାଜା ଷ୍ଟ୍ରିପ୍ ଠାରୁ ମାତ୍ର ୩ କିମି ଦୂର ଇସ୍ରାଏଲର କଫର ଆଜାରେ ୪୦ […]
ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ଇସ୍ରାଏଲ୍ ବୋମାବର୍ଷା ପାଇଁ ୨୬୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଗାଜାରେ ୨୬୩,୯୩୪ ଲୋକ ସେମାନଙ୍କ ଘର ଛାଡ଼ି ଦେଇଥିବା ବିଶ୍ବାସ କରାଯାଉଛି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୫୫ ଜଣଙ୍କର ମୃତ୍ୟୁ ହେଲାଣି। ଏଥି ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି। ଅନ୍ୟପକ୍ଷେ ହମାସମାନେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି। ଗାଜା ଷ୍ଟ୍ରିପ୍ ଠାରୁ ମାତ୍ର ୩ କିମି ଦୂର ଇସ୍ରାଏଲର କଫର ଆଜାରେ ୪୦ ଶିଶୁଙ୍କୁ ଅତି ନିର୍ମମ ଭାବେ ମୁଣ୍ଡକାଟ କରି ହତ୍ୟା କରାଯାଇଛି। ହମାସମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି। ଏଭଳି ଜଘନ୍ୟ କାଣ୍ଡ ଛାତି ଥରାଇ ଦେଇଛି। ଅନ୍ୟପକ୍ଷେ ହମାସ ଆକ୍ରମଣରେ ଇସ୍ରାଏଲର ୧୬୦ରୁ ଅଧିକ ସୈନିକ ନିହତ ହୋଇଛନ୍ତି।




