ବରେଲିରେ ତେଜିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ୍‌ ମହମ୍ମଦ’ ବିବାଦ ତେଜିଛି। ବରେଲିର ଏକ ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ଶେଷ ହେବାପରେ ଅନେକ ସଂଖ୍ୟାରେ ବ୍ୟକ୍ତି ‘ ଆଇ ଲଭ୍‌ ମହମ୍ମଦ’ ଅଭିଯାନ ସମର୍ଥନରେ ମସଜିଦ ବାହାରେ ଏକଜୁଟ୍‌ ହୋଇଥିଲେ। ଜଣେ ସ୍ଥାନୀୟ ମୌଲାନା ଏବଂ ଇତେହାଦ-ଏ-ମିଲ୍ଲତ ପରିଷଦ ମୁଖ୍ୟ ତକିର ରାଜାଙ୍କ ଆହ୍ବାନରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ବରେଲିର ଇସଲାମିଆ ଗ୍ରାଉଣ୍ଡ୍‌ରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ […]

ବରେଲିରେ ତେଜିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ
Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ୍‌ ମହମ୍ମଦ’ ବିବାଦ ତେଜିଛି। ବରେଲିର ଏକ ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ଶେଷ ହେବାପରେ ଅନେକ ସଂଖ୍ୟାରେ ବ୍ୟକ୍ତି ‘ ଆଇ ଲଭ୍‌ ମହମ୍ମଦ’ ଅଭିଯାନ ସମର୍ଥନରେ ମସଜିଦ ବାହାରେ ଏକଜୁଟ୍‌ ହୋଇଥିଲେ। ଜଣେ ସ୍ଥାନୀୟ ମୌଲାନା ଏବଂ ଇତେହାଦ-ଏ-ମିଲ୍ଲତ ପରିଷଦ ମୁଖ୍ୟ ତକିର ରାଜାଙ୍କ ଆହ୍ବାନରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ବରେଲିର ଇସଲାମିଆ ଗ୍ରାଉଣ୍ଡ୍‌ରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ହଜାର ହଜାର ଲୋକ ଏକଜୁଟ ହୋଇଥିଲେ ଏବଂ ସେମାନେ ସ୍ଲୋଗାନ୍‌ ‌ଦେଇ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଲାଠିମାଡ଼ କରିଥିଲା। ଏ‌ହି ମାମଲାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ଅଧିକାରୀମାନେ ଉକ୍ତ ଘଟଣାକୁ ଭଲଭାବେ ଯାଞ୍ଚ କରୁଛନ୍ତି। ‘ଆଇ ଲଭ୍‌ ମହମ୍ମଦ’ ବିବାଦକୁ ନେଇ ସଂଘର୍ଷ ହେବାରୁ ଉତ୍ତରପ୍ରଦେଶ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରେଲି ଡିଆଇଜି ଅଜୟ ସାହାଣୀ କହିଛନ୍ତି, ଘଟଣାର ଅନେକ ଭିଡିଓ ରେକର୍ଡ କରାଯାଇଛି ଏବଂ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାହା ଏକ ଉଦାହରଣ ହୋଇ ରହିବ ଯାହା ଫଳରେ ଭବିଷ୍ୟତରେ ଯେଭଳି ଏହି କାର୍ଯ୍ୟର ଆଉ ପୁନରାବୃତ୍ତି ହେବନାହିଁ। ଡିଆଇଜି କହିଛନ୍ତି, କିଛି ଦୁର୍ବୃତ୍ତ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଆନ୍ଦୋଳନକାରୀଙ୍କ ସହ ସଂଘର୍ଷ ବେଳେ ୧୦ ପୁଲିସ ଆହତ ହୋଇଥିବା ସାହାଣୀ କହିଛନ୍ତି। ଡିଆଇଜି କହିଛନ୍ତି, ଯେଉଁଭଳି ଭାବେ ବିଶାଳ ସଂଖ୍ୟାରେ ଲୋକ ବ୍ୟାନର ଧରି ବାହାରି ଆସିଲେ ଏବଂ ପଥର ମାଡ଼ କଲେ ତାହା ଏକ ପୂର୍ବ ପ୍ରା‌ୟୋଜିତ ଷଡ଼ଯନ୍ତ୍ର। ଘଟଣାର ଫଟୋ ଏବଂ ଭିଡିଓକୁ ବ୍ୟବହାର କରି ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଅଫିସର କହିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୯ ତାରିଖରେ ଏହି ବିବାଦ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୪ ତାରିଖରେ ବାରାୱଫାତ ଶୋଭାଯାତ୍ରା ସମୟରେ ଏକ ରାସ୍ତାରେ ‘ଆଇ ଲଭ ମହମ୍ମଦ’ ବୋର୍ଡ ରଖାଯିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ଏହି ବୋର୍ଡ ରଖିବାକୁ ବିରୋଧ କରି ସେପ୍ଟେମ୍ବର ୯ ତାରିଖରେ ପୁଲିସ କାନପୁରରେ ୯ ଜଣଙ୍କ ବିରୋଧରେ ଏବଂ ୧୫ ଜଣ ଅଚିହ୍ନା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

Tags: