ବରିଷ୍ଠ ମଣିପୁର ପୁଲିସ ଅଫିସରଙ୍କୁ ଗୁଳି କରି ହତ୍ୟା , ପୁଲିସ କମାଣ୍ଡୋଙ୍କ ଉପରକୁ ଅତର୍କିତ ଆକ୍ରମଣ
ନୂଆଦିଲ୍ଲୀ : ମଣିପୁରର ଜଣେ ପୁଲିସ ଅଫିସରଙ୍କୁ ଆଜି ସନ୍ଦିଗ୍ଧ ଉଗ୍ରପନ୍ଥୀମାନେ ଗୁଳି କରି ହତ୍ୟା କରିଛନ୍ତି। ଉକ୍ତ ପୁଲିସ ଅଫିସର ଜଣଙ୍କ ମିଆଁମାର ସୀମା ସଂଲଗ୍ନ ଏକ ବାଣିଜ୍ୟ ସହର ମୋରେରେ ହେଲିପ୍ୟାଡ୍ ନିର୍ମାଣ କାର୍ଯ୍ୟ ଦେଖୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ମୃତ ପୁଲିସ ଅଫିସର ଜଣଙ୍କ ହେଉଛନ୍ତି ଏସଡିପିଓ ଚିଙ୍ଗତମ ଆନନ୍ଦ। ମଣିପୁର ସରକାର ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଏସ୍ଡିପିଓଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ : ମଣିପୁରର ଜଣେ ପୁଲିସ ଅଫିସରଙ୍କୁ ଆଜି ସନ୍ଦିଗ୍ଧ ଉଗ୍ରପନ୍ଥୀମାନେ ଗୁଳି କରି ହତ୍ୟା କରିଛନ୍ତି। ଉକ୍ତ ପୁଲିସ ଅଫିସର ଜଣଙ୍କ ମିଆଁମାର ସୀମା ସଂଲଗ୍ନ ଏକ ବାଣିଜ୍ୟ ସହର ମୋରେରେ ହେଲିପ୍ୟାଡ୍ ନିର୍ମାଣ କାର୍ଯ୍ୟ ଦେଖୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ମୃତ ପୁଲିସ ଅଫିସର ଜଣଙ୍କ ହେଉଛନ୍ତି ଏସଡିପିଓ ଚିଙ୍ଗତମ ଆନନ୍ଦ। ମଣିପୁର ସରକାର ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଏସ୍ଡିପିଓଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆକ୍ରମଣକାରୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଯେଉଁ ଅଞ୍ଚଳରେ ବରିଷ୍ଠ ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଛି ସେଠାକୁ ମଣିପୁର ପୁଲିସ କମାଣ୍ଡୋଙ୍କର ଏକ ଟିମ୍ ପଠାଯାଇଥିବାବେଳେ ସେମାନଙ୍କ ଉପରେ ବାଟରେ କିଛି ଉଗ୍ରପନ୍ଥୀ ଅତର୍କିତ ଆକ୍ରମଣ କରିଛନ୍ତି। ତେଙ୍ଗନୌପାଲ ଜିଲ୍ଲାଠାରୁ ୧୦ କିମି ଦୂରରେ ହୋଇଥିବା ଏହି ଅତର୍କିତ ଆକ୍ରମଣରେ ଅନେକ କମାଣ୍ଡୋ ଆହତ ହୋଇଛନ୍ତି।




